ପୁଅର ଗୋଇଠା ମାଡ଼ରେ ଚାଲିଗଲା ଜୀବନ

ଝାରସୁଗଡ଼ା ଅଫିସ୍‌,୧୦।୩: ଝାରସୁଗୁଡା ସଦର ଥାନା ଅଧୀନ ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପା ସୁକୁରୁ ରୋହିଦାସ (୫୧)ଙ୍କ ମୃତ୍ୟୁ ଘଟିଛି। ଖବରପାଇ ପୋଲିସ ସୁକୁରୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ମୃତକଙ୍କ ବଡପୁଅ ଜନ୍ମେଜୟଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ହତ୍ୟା ମାମଲା (ନଂ. ୪୪/୨୨) ରୁଜୁ କରିଛି। ଏହି ଘଟଣାରେ ପୋଲିସ ସୁକୁରଙ୍କ ସାନପୁଅ କ୍ଷେତ୍ରମଣି(୨୭)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ପୋଲିସ ସୂଚନା ମୁତାବକ, ବାପା ଓ ପୁଅଙ୍କ ମଧ୍ୟରେ ଘରେ ଅନେକ ସମୟରେ ଝଗଡା ଲାଗୁଥିଲା। ମଙ୍ଗଳବାର ରାତିରେ ଝଗଡା ହୋଇ ମାରପିଟ ହୋଇଥିଲା। ବାପା ତଳେ ପଡିଯିବା ପରେ ପୁଅ ତାଙ୍କୁ ଗୋଇଠା ମାରି ଛାତି ଉପରେ ଚଢିଯାଇଥିଲା। ଏଥିରେ ବାପା ଗୁରୁତର ଆହତ ହୋଇ ରକ୍ତବାନ୍ତି କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପାଙ୍କ ମୃତ୍ୟୁ ପରେ ବଡ଼ପୁଅ ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏପରିକି ପୋଲିସ ଅଭିଯୁକ୍ତ ପୁଅଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ଆଇଆଇସି ସୁଚିସ୍ମିତା ମହାନ୍ତି କହିଛନ୍ତି।