କଟକ ଅଫିସ,୧୪ା୩: କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ ଏଯାବତ ସମାଧାନ ହୋଇପାରିନାହିଁ। ମାମଲା କୋର୍ଟରେ ଥିବା ବେଳେ ଏହା ନୂଆ ଏକ ମୋଡ଼ ନେଇଥିବା ଦେଖାଯାଇଛି। ଅନୁଭବଙ୍କ ବାପା ଅସୁସ୍ଥ ଅଛନ୍ତି। ଦିନକୁ ଦିନ ସୁସ୍ଥ ହେବା ବଦଳରେ ସେ ଅଧିକ ଗୁରୁତର ହୋଇଯିବାରୁ ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଉଛି। ଏଣୁ ପାରିବାରିକ ବିବାଦ ମାମଲା ଶୀଘ୍ର ସାରିବା ପାଇଁ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଟୁଇଟ୍ କରି ଜଣାଇଛନ୍ତି।
ଅନୁଭବ ବାପାଙ୍କ ଏଭଳି ଅବସ୍ଥାରେ ଆଇନଗତ ଲଢ଼େଇ ଶେଷ କରି ମାନବିକତା ଦେଖାଇବା ନିମନ୍ତେ ବର୍ଷାଙ୍କୁ ଅନୁରୋଧ କରୁଛନ୍ତି। ଏଥିସହ ବାପାଙ୍କୁ ଶାନ୍ତିରେ ନିଃଶ୍ୱାସ ମାରିବାକୁ ଦେବା ନିମନ୍ତେ ସେ ବର୍ଷାଙ୍କୁ ଟୁଇଟ୍ କରି କହିଛନ୍ତି। ଏଭଳି ଟୁଇଟ୍କୁ ବର୍ଷା କିଭଳି ଭାବରେ ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।