Categories: ଜାତୀୟ

ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି

ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର ମିଶି ତାଙ୍କୁ ପିଟିବା ସହ ଅସଦାଚରଣ କରିଥିଲେ। ପୀଡିତା ଶୌଚାଳୟରେ ଲୁଚି ନିଜ ଜୀବନ ରକ୍ଷା କରିଥିଲେ। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଖାନାକୁ ନେଇଥିଲା। ଅଭିଯୋଗକୁ ଭିତ୍ତି କରି ସେକ୍ଟର -୩୭ ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ହରି ନଗର ବାସିନ୍ଦା ସା କହିଛନ୍ତି ଯେ, ଡିସେମ୍ବର ୨୨ରେ ରୋଷେଇ ଘରେ କାମ କରୁଥିବାବେଳେ ତାଙ୍କ ମୁଣ୍ଡରୁ ଓଢଣୀ ଖସି ଯାଇଥିଲା। ଏଥିରେ ତାଙ୍କ ଶ୍ୱଶୁର ମହୀପାଲ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହାପରେ ଦିଅର ଅମିତ ଭାଉଜଙ୍କୁ ବାଡେଇଥିଲେ। ଅଭିଯୋଗ ହୋଇଛି ଯେ ଯୌତୁକରେ ବାଇକ୍‌ ଆଣି ନ ଥିବାରୁ ତାଙ୍କ ଶ୍ୱଶୁର ତାଙ୍କୁ ଅନେକ ସମୟରେ ଥଟ୍ଟା କରୁଥିଲେ।

Share