ଶ୍ୱଶୁରଙ୍କ ସହ ମିଶି ଚିୟର୍ସ କରୁଛନ୍ତି କମେଡି କୁଇନ୍‌

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂହ ଦର୍ଶକଙ୍କୁ ହସାଇବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଟ୍ୟାଲେଣ୍ଟ କେବଳ ଶୋ’ରେ ସୀମିତ ନୁହେଁ, ସେ ନିଜର ବ୍ୟକ୍ତିଗତ ଜୀବନର କିଛି କଥା ମଧ୍ୟ ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ଯାହା ଶୁଣି ଦର୍ଶକେ ହସି ହସି ଗଡ଼ିଯାନ୍ତି। ଏବେ ଭାରତୀ  ନିଜର ବୈବାହିକ ଜୀବନ, ଏଥିରେ ମିଳିଥିବା ଗିଫ୍ଟ, ବିବାହ ପୂର୍ବର ଜୀବନ ଏବଂ ପରେ ପରିବାର ସହ କାଟୁଥିବା ସମୟର ମଜାଳିଆ ଖୁଲାସା କରିଛନ୍ତି।

ଭାରତୀ ଛୋଟ ପରଦାର ଟୁଇନ୍‌ ତଥା ଯାଆଁଳା ଭଉଣୀ ସୁରଭି ଏବଂ ସମୃଦ୍ଧି ଯିଏ କି ଚିଙ୍କି-ମିଙ୍କି ନାମରେ ପରିଚିତ ତାଙ୍କୁ ଭେଟିଥିଲେ। ଏହି ସାକ୍ଷାତକାରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖି ଦର୍ଶକେ ହସି ହସି ଗଡ଼ି ଯାଉଛନ୍ତି। ଭାରତୀଙ୍କୁ ପଚରାଯାଇଛି, ବିବାହରେ କିଏ ସବୁଠୁ ଦାମୀ ଗିଫ୍ଟ ଦେଇଥିଲେ ଆଉ କିଏ ଶସ୍ତା ଗିଫ୍ଟ ଦେଇଥିଲେ। ଏହାର ଉତ୍ତରରେ ଭାରତୀ କହିଛନ୍ତି, ଗୋଆ ଆସି ବିବାହରେ କେହି ମୋତେ ଆଇସକ୍ରିମ ଗିଫ୍ଟ କରିଛନ୍ତି। ଏହାଠାରୁ ଭଲ ହୋଇଥାନ୍ତା ମୋତେ ପାନ ଖୁଆଇ ଦେଇଥାନ୍ତେ। ଏହା ପରେ ଚିଙ୍କି-ମିଙ୍କି ଭାରତୀଙ୍କୁ ପଚାରିଥିଲେ, ଏକ ପଞ୍ଜାବୀ ପରିବାରରୁ ଆସି ଗୁଜାରାଟୀ ପରିବାରର ବୋହୂ ହୋଇଛନ୍ତି। ଏହି ଡ୍ରାଇ ଷ୍ଟେଟର ଲୋକମାନଙ୍କ ସହିତ କିପରି ବ୍ୟବହାର କରୁଛନ୍ତି? ଏହାର ଉତ୍ତରରେ ଭାରତୀ କହିଛନ୍ତି, ଏବେ ଡ୍ରାଇ ଷ୍ଟେଟ୍‌ ଡ୍ରିଙ୍କିଙ୍ଗ୍‌ ଷ୍ଟେଟ୍‌ ହୋଇଗଲାଣି। ଶ୍ୱଶୁରଙ୍କ ସହ ବସି ଚିୟର୍ସ କରୁଛି। ଏହା ଶୁଣି ସମସ୍ତେ ହସି ହସି ବେଦମ ହୋଇଯାଇଛନ୍ତି।

Share