ବାପା ରାଷ୍ଟ୍ରପତି, ପୁଅ ନିଶାଡ଼ି

ଓ୍ବାଶିଂଟନ,୯ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କ ଲାପଟପରୁ ପ୍ରାୟ ୯୦୦୦ ଫଟୋ ଲିକ୍‌ ହୋଇଛି। ଏଥିରେ ହଣ୍ଟର୍‌ ବିଡେନ ଡ୍ରଗ୍ସ ନେଉଥିବା, ଗଣିକାମାନଙ୍କ ସହିତ ନଗ୍ନ ଏବଂ ପରିବାର ସହିତ ମଜା କରିବାର ଫଟୋ ମଧ୍ୟ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ସମସ୍ତ ଫଟୋ ୨୦୦୮ରୁ ଏବଂ ୨୦୧୯ ମଧ୍ୟରେ ରହିଛି। ଏଗୁଡ଼ିକ ହାଓ୍ବାଇ, କାବୋ ସାନ ଲୁକାସ, କୋସୋଭୋ, ଚାଇନା, ଲଣ୍ଡନ, ପ୍ୟାରିସ, ରୋମ ଏବଂ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ଉଠାଯାଇଛି। ସେଥିମଧ୍ୟରୁ ହଣ୍ଟର୍‌ ମ୍ୟାକବୁକ୍‌ ପ୍ରୋ ଆଇଫୋଟୋ ଆପରୁ ୭.୦୩୨ଫଟୋ ନିଆଯାଇଛି। ହଣ୍ଟରଙ୍କ ଆଇଫୋନ ଏକ୍ସଏସ ବ୍ୟାକଅପର ୧୮୩୨ ଫଟୋ, ୪୨୮ଟି ‘ଲାଇଭ ଫଟୋ’ (ଆଇଫୋନରେ ନିଆଯାଇଥିବା ଛୋଟ ଭିଡିଓ), ୬୭୪ଟି ମେସେଜରେ ପଠାଯାଇଥିବା ଫଟୋ, ୫୭୯ ସ୍କ୍ରିନଶଟ୍‌, ହ୍ବାଟ୍ସଆପ ମାଧ୍ୟମରେ ପଠାଯାଇଥିବା ୪୦ଫଟୋ ଏବଂ ଅନ୍ୟ ୧୧୧ଟି ଫଟୋ ମଧ୍ୟ ରହିଛି।

ମାର୍କୋ ପୋଲୋ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ, କ୍ରେଡିଟ କାର୍ଡ ଏବଂ ସାମାଜିକ ସୁରକ୍ଷା ନମ୍ବର ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସୂଚନାକୁ ହଟାଇ ଦେଇଛି। ହଣ୍ଟରଙ୍କ ଏହି ଫଟୋ ବର୍ତ୍ତମାନ ବାଇଡେନଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି ପ୍ରମାଣିତ ହୋଇପାରେ। ମାର୍କୋ ପୋଲୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ହ୍ବାଇଟ୍‌ ହାଉସର କର୍ମଚାରୀ ଗାରେଟ ଜିଗଲର୍‌ (୨୮) ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ମାର୍କୋ ପୋଲୋ ଏକ ଦୁର୍ନୀତି ଏବଂ ବ୍ଲାକମେଲ ପ୍ରକାଶ କରୁଥିବା ଏକ ଅନୁସନ୍ଧାନ ଗୋଷ୍ଠୀ ବୋଲି ଦାବି କରିଛି।

Share