ଝିଅ ଆଗରେ ନଦୀକୁ ଡେଇଁଲେ ବାପା

ମାଲକାନଗିରି,୩୦ା୧୦(ଡି.ଏନ୍‌.ଏ.): ଦାରିଦ୍ରତା ଉଜାଡ଼ି ଦେଇଛି ପରିବାର। ପରିସ୍ଥିତି ଏପରି ହୋଇଛି ଶେଷରେ ଝିଅ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତରେ।

ମିଳିଥିବା ସୂଚନା ମୁତାବକ, ପଣସପୁଟ ପଞ୍ଚାୟତ ସିଙ୍ଗଇ ଗ୍ରାମରେ ମନ୍ଦ ପାଙ୍ଗୀ ପରିବାର ସହ ବସବାସ କରନ୍ତି। ସ୍ତ୍ରୀଙ୍କ ମୃତ୍ୟୁ ପରେ ଛୋଟ ଝିଅ ମିଲି(୪)ର ଲାଳନପାଳନ କରିଆସୁଥିଲେ ମନ୍ଦ। ଝିଅକୁ ଛାଡ଼ି କୌଣସି କାମ କରିବାକୁ ଯାଇପାରୁ ନ ଥିଲେ ସେ। ଫଳରେ କିପରି ଚଳିବେ ଏବଂ ଝିଅକୁ ଚଳାଇବେ ସେନେଇ ଅଧିକାଂଶ ସମୟ ଚିନ୍ତାରେ ରହୁଥିଲେ। ଶେଷରେ ଗତ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦ ଝିଅ ମିଲିକୁ ନଦୀ କୂଳରେ ଛାଡ଼ିଦେଇ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହା ଦେଖି ଝିଅ ଗ୍ରାମକୁ ଫେରି କାନ୍ଦିକାନ୍ଦି ତାର ସାଙ୍ଗସାଥୀ ଓ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ମନ୍ଦଙ୍କୁ ପାଇ ନ ଥିଲେ। ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଦୁଇଦିନ ହେଲା ଖୋଜାଖୋଜି ଜାରି ରଖିଥିଲେ। ଶନିବାର କର୍ମଚାରୀମ ବହୁ ସମୟ ଖୋଜାଖୋଜି କରିବା ପରେ ମନ୍ଦଙ୍କ ମୃତଦେହ ଉଦ୍ଧାର କରିଥିଲେ। ସୂଚନାେ ଯାଗ୍ୟ ମିଲି ଏବେ ଗ୍ରାମରେ ମନ୍ଦଙ୍କ ଜଣେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି।

 

Share