ବାପା ଟାଙ୍ଗିଆ ଚୋଟରେ ପୁଅ ଜୀବନଗଲା       

କୋରାପୁଟ,୧୬।୫(ସ୍ବ.ପ୍ର.): କୋରାପୁଟ ବ୍ଲକର ଦାମନଯୋଡି ଥାନା ଅନ୍ତର୍ଗତ ଆମ୍ବଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ନିଶାସକ୍ତ ଅବସ୍ଥାରେ  ବାପା ପୁଅକୁ ଟାଙ୍ଗିଆରେ ହତ୍ୟା କରିଥିବା ଜଣାପଡ଼ିଛି।
ଏହି ଘଟଣାନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମଙ୍ଗଳବାର ସକାଳେ ଦାମନଯୋଡି ପୋଲିସ ଏହି ଘଟଣାରେ ବାପା ସମରା ବୁଢ଼ିଆକୁ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସୋମବାର ଗ୍ରାମର ସମରା ବୁଡିଆ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। କୈଣସୀ ଏକ କଥାକୁ ନେଇ ପୁଅ ସୁରେନ୍ଦ୍ର ବୁଡିଆ(୧୮)ଙ୍କ ସହ ତାଙ୍କର ବଚସା ହୋଇଥିଲା ା ପରେ ଏହି ବଚସା ଉଗ୍ରରୁପ ନେଇଥିଲା ା ବାପା ସମରା ବୁଡିଆ  ହଠାତ ଘରେ ଥିବା ଏକ ଟାଙ୍ଗିଆ ଆଣି ପୁଅ ସୁରେନ୍ଦ୍ରଙ୍କୁ ଚୋଟ ମାରିବା ପରେ ସୁରେନ୍ଦ୍ର ଗୁରୁତର ହୋଇଥିଲୋ  ପରିବାରଲୋକେ  ପୁଅର ପାଟି ଶୁଣି ଘରକୁ ଆସିବା ପରେ ପୁଅର ଏପରି ଅବସ୍ଥା ଦେଖି ସ୍ଥାନୀୟ କିଛି ଗ୍ରାମବାସୀଙ୍କ ଜରିଆରେ ସେଠାରେ ଥିବା ମେଡିକାଲରେ ଚିକିସତ୍ା ପାଇଁ ଭର୍ତ୍ତି କରିଥିଲେ ା ମାତ୍ର ଡାକ୍ତର ସେଠାରେ ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ା ଏହି ଖବର ପାଇ ଦାମନଯୋଡି ଙ୍‌ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ  ମେଡିକାଲରେ ପହଞ୍ଚିି ମୃତଦେହ  ଜବତ କରିଥିଲା। ପରେ ଏ ନେଇ ଥାନାରେ ଏକ  ମାମାଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରଛି। ମଙ୍ଗଳବାର ସକାଳେ  ଘଟଣାସ୍ଥଳରେ କୋରାପୁଟରୁ ଏକ ସାଇଣ୍ଟିଫିକ୍‌ ଟିମ୍‌  ପହଞ୍ଚି ଅଧିକ ଖୋଳତାଡ଼ କରୁଛି।  ସମରାକୁ ଅଟକ ରଖାଯାଇ ପୋଲିସ ତଦନ୍ତ ଚଳାଇଛି।
Share