ଦିଓ୍ବାନିୟାହ, ୬।୨: ଇରାକର ୨୨ ବର୍ଷୀୟା ୟୁଟ୍ୟୁବର ଟିବା ଅଲିଙ୍କୁ ତାଙ୍କ ବାପା ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ରବିବାର ଏହି ଅନର କିଲିଂ ବିରୋଧରେ ମହିଳା ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଇରାକର ଅନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ସାଦ ମାନ୍ ଶନିବାର ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଥିଲେ।
ଜାନୁୟାରୀ ୩୧ରେ ଟିବା ଶୋଇଥିବାବେଳେ ତାଙ୍କୁ ବାପା ଗଳାଚିପି ତାଙ୍କ ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କରିଥିଲେ। ଓମେନ୍ ରାଇଟ୍ସ ଗ୍ରୁପ୍ ଦେଶରେ ମହିଳାଙ୍କ ବିରୋଧରେ ବଢ଼ିଚାଲିଥିବା ଅପରାଧକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ସରକାର ଆଇନରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସେମାନେ ଦାବି କରିଛନ୍ତି। ଘଟଣା ନେଇ ଦିଓ୍ବାନିୟାହ ପୋଲିସ ବିଭାଗ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।
ସହ ଟିବା ତୁର୍କୀର ଇସ୍ତାନବୁଲରେ ରହୁଥିଲେ। ତାଙ୍କ ୟୁଟ୍ୟୁବ୍ କିଛିଦିନ ପୂର୍ବେ ଟିବା ଇରାକ୍ରେ ରହୁଥିବା ତାଙ୍କ ବାପାଙ୍କ ପାଖକୁ ଚାଲିଆସିଥିଲେ। ଟିବା ପୁଣିଥରେ ତୁର୍କୀ ଯିବାଲାଗି ଯୋଜନା କରୁଥିବାବେଳେ ତାଙ୍କ ବାପା ଏହାକୁ ବିରୋଧ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଭୀଷଣ ବଟିତୁଣ୍ଡ ହେବା ପରେ ଶେଷରେ ଟିବାଙ୍କୁ ତାଙ୍କ ବାପା ହତ୍ୟା କରିଥିଲେ। ୨୦୨୧ରୁ ଟିବା ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ ତାଙ୍କ ଚ୍ୟାନେଲରେ ୨୦,୦୦୦ ସବ୍ସ୍କ୍ରାଇବର ଅଛନ୍ତି।