ଝିଅ ପ୍ରେମ ବିବାହ କରିବାରୁ ବାପା ହାରିଲେ ଜୀବନ

ତିହିଡ଼ି,୧୧ା୫(ସଞ୍ଜିତ ବଳ): ଝିଅର ପ୍ରେମ ବିବାହ ପରେ ବାପା ମାନସିକ ଭାରସାମ୍ୟ ହରାଇ ଟ୍ରେନ୍‌ ଲାଇନରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ-ଧାମରା ରେଳପଥର କନ୍ଦପୁର ନିକଟରେ। ମୃତକ ହେଲେ ହେମନ୍ତ କୁମାର ରାଉତ(୫୧)। ତାଙ୍କ ଘର ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ କନ୍ଦପୁର ଗ୍ରାମରେ।

ମିଳିଥିବା ସୂଚନା ମୁତାବକ, ହେମନ୍ତଙ୍କ ସ୍ତ୍ରୀ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ। ତାଙ୍କର ୩ ଝିଅ ଥିବା ବେଳେ ଗୋଟିଏ ଝିଅ ଭଦ୍ରକରେ ରହୁଛନ୍ତି। ବଡ଼ଝିଅ ଶୁକ୍ରବାର ବାପାଙ୍କ ଇଚ୍ଛା ବିରୋଧରେ ପ୍ରେମ ବିବାହ କରିଥିଲେ, ଯାହାକୁ ନେଇ ହେମନ୍ତ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ହେମନ୍ତ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିଲେ। ଗ୍ରାମବାସୀ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Share