Categories: ଫୁରସତ

ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…

ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ କିଛି ସେମାନଙ୍କର ଆଦର୍ଶ ଏବଂ ବିଚାରକୁ ନେଇ ନାମ ବାଛନ୍ତି। ତେବେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କ ନାମରେ ନିଜ ଝିଅର ନାମ ରଖିବାକୁ ନେଇ ଏବେ ଚର୍ଚ୍ଚାରେ। ଏପରି କରି ସେ ବାହାରେ ଥିବା ତାଙ୍କର ଅନୈତିକ ସମ୍ପର୍କ ବିଷୟରେ ଲୁଚାଇବାକୁ ଚାହୁଁଥିଲେ। ହେଲେ ଶିଶୁଜନ୍ମର କିଛି ମାସ ପରେ ସବୁକିଛି ଜଣାପଡ଼ିଯାଇଥିଲା। ଏହାକୁ ନେଇ ଘରେ ତୁମୁଳକାଣ୍ଡ ମଧ୍ୟ ହୋଇଥିଲା।

ଘଟଣାଟି ଆମେରିକାର କେଣ୍ଟୁକି ଅଞ୍ଚଳର। ନିଜ ନାମକୁ ନେଇ ଏହି ଘଟଣା ବିଷୟରେ ପ୍ରକାଶ କରିଛନ୍ତି ଉକ୍ତ ଯୁବତୀ, ଯାହାଙ୍କ ନାମ ତାଙ୍କ ବାପା ନିଜ ପ୍ରେମିକାଙ୍କ ନାମରେ ରଖିଥିଲେ। ସେ ଜନ୍ମ ହେବା ସମୟରେ ମାତାପିତା ଭିନ୍ନ ନିଷ୍ପତ୍ତି ନେଇଥିଲେ। ଯଦି ପୁଅ ହୁଏ ତେବେ ତାର ନାମ ମା’ ରଖିବେ ଏବଂ ଯଦି ଝିଅ ହୁଏ ତେବେ ତାର ନାମ ବାପା ରଖିବେ ବୋଲି ସ୍ଥିର ହୋଇଥିଲା। ସେ ଜନ୍ମ ହେବା ପରେ ତାଙ୍କ ବାପା ଡାକ୍ତରଖାନାର କାଗଜପତ୍ରରେ ତାଙ୍କ ନାମ ‘ଖ୍ରିଷ୍ଟିନା’ ରଖିଥିଲେ। ମା’ ମଧ୍ୟ ନାମକୁ ନେଇ ଆପତ୍ତି ଉଠାଇ ନ ଥିଲେ। କାରଣ ସେ ଏଭଳି ନାମକରଣ ପଛର କାହାଣୀ ଜାଣି ନ ଥିଲେ। ସବୁକିଛି ଠିକ୍‌ ଚାଲିଥିବା ବେଳେ କିଛି ମାସ ପରେ ସ୍ବାମୀ ତାଙ୍କୁ ପ୍ରତାରଣା କରୁଥିବା ଖ୍ରିଷ୍ଟିନାଙ୍କ ମା’ ଜାଣିବାକୁ ପାଇଥିଲେ। କେବେ ଯଦି ପ୍ରେମିକାଙ୍କ ବିଷୟରେ କିଛି ମୁହଁରୁ ବାହାରିଯାଏ ଓ ସ୍ତ୍ରୀ ପ୍ରଶ୍ନ କରନ୍ତି ତେବେ ସେ ଝିଅଙ୍କ ବିଷୟରେ କହୁଥିବା ସଫେଇ ଦେବାକୁ ଝିଅଙ୍କ ନାମ ରଖିଥିବା ସେ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସେ ରାଗରେ ଲାଲ ପଡ଼ିଯାଇଥିଲେ। ତା‘ପରେ ଯାହା ଘଟିଥିବ ଅନୁମାନ କରାଯାଇପାରେ ବୋଲି ଖ୍ରିଷ୍ଟିନା କହିଛନ୍ତି। ଯୁବତୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

Share