ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ବ୍ୟକ୍ତି: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ରହିଥାଏ। ଯେମିତିକି, କିଏ ନିଜ ସ୍ବାସ୍ଥ୍ୟକୁ ନେଇ ଲକ୍ଷ୍ୟ ରଖିଥାଏ ତ ଆଉ କିଏ କ୍ୟାରିୟରକୁ ନେଇ। ସବୁ ଲୋକଙ୍କର ଭିନ୍ନ ପ୍ରକାରର ଲକ୍ଷ୍ୟ ରହିଥାଏ। ଏହି ଲକ୍ଷ୍ୟ ଦ୍ୱାରା ସେ ନିଜର କର୍ମପଥରେ ଆଗେଇ ଚାଲିଥାଏ। ହେଲେ ଏମିତି ଜଣେ ବ୍ୟକ୍ତି ରହିଛନ୍ତି ଯାହାକ ଲକ୍ଷ୍ୟ ବିଷୟରେ ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ।
ଆମେରିକାର ବର୍ମାଟରେ ରୁହନ୍ତି ୪୯ ବର୍ଷୀୟ ଜୟ ଡୋନର। ତାଙ୍କର ଲକ୍ଷ୍ୟ ହେଉଛି ମୃତ୍ୟୁ ପୂର୍ବରୁ ୨୫ ଶହ ପିଲାଙ୍କ ବାପା ହେବା। ନିଜର ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସେ ପାରୁ ପର୍ଯ୍ୟନ୍ତ ଲାଗିପଡ଼ିଛନ୍ତି।


ଜୟ ଜଣେ ସ୍ପର୍ମ ଡୋନର। ଲକ୍‌ଡାଉନରେ ସେ ୬ ଶିଶୁର ବାପା ହେବାର ରେକର୍ଡ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଢ଼ ଶହ ପିଲାର ବାପା ହୋଇସାରିଛନ୍ତି। ନିଜର ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ସେ ସମଗ୍ର ବିଶ୍ୱରେ ବୁଲିଥାନ୍ତି। ତାଙ୍କର ଏହି ଲକ୍ଷ ନିଶ୍ଚିନ୍ତ ପୂରଣ ହେବ ବୋଲି ସେ ଲକ୍ଷ୍ୟ ରଖିଛନ୍ତି। ଜୟ ଛୋଟ ଛୁଆଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ତାଙ୍କ ସ୍ପର୍ମରୁ ଜନ୍ମ ନେଉଥିବା ପିଲାଙ୍କୁ ସେ ଦେଖା ମଧ୍ୟ କରିଥାନ୍ତି। ଏ ନେଇ ଜୟ କୁହନ୍ତି, ଏହିପରି ଭାବେ ମହିଳାଙ୍କ ସାହାଯ୍ୟ କରିବାକୁ ମତେ ଭଲ ଲାଗେ। ଏଥିପାଇଁ ସେ କୌଣସି ଟଙ୍କା ମଧ୍ୟ ନେଇ ନ ଥାନ୍ତି।

Share