Categories: ଜାତୀୟ

‘ସେ କିଏ, କାହିଁକି ମୋ ଦେଶର ସମସ୍ୟାରେ ମୁଣ୍ଡ ଖେଳାଉଛନ୍ତି’

ବାଙ୍ଗାଲୁରୁ,୬।୪: ‘ଆମେ ତାଙ୍କୁ ଜାଣିନୁ ସେ କିଏ ଏବଂ କାହିଁକି ସେ ଆମ ଦେଶର ସମସ୍ୟାରେ ମୁଣ୍ଡ ଖେଳାଉଛନ୍ତି’। କର୍ନାଟକ ହିଜାବ ପ୍ରସଙ୍ଗରେ ଅଲ କାଏଦା ମୁଖ୍ୟ ଅୟମାନ ଅଲ ଜାଓ୍ବାହିରିଙ୍କ ବିବୃତି ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁସ୍କାନ ଖାନଙ୍କ ବାପା ମହମ୍ମଦ ହୁସେନ।

ଅଲ କାଏଦା ମାଉଥପିସ ଆସ ସାହାବ ପକ୍ଷରୁ ମଙ୍ଗଳବାର ଏକ ଭିଡିଓ ରିଲିଜ କରାଯାଇଛି। ଭିଡିଓରେ ମୁସ୍କାନ ଖାନଙ୍କୁ ପ୍ରଶଂସା କରାଯାଇଛି, ଯିଏକି ଗତ ଫେବୃୟାରୀରେ ସାଫ୍ରନ ପିନ୍ଧିଥିବା ଗ୍ରୁପ୍‌ ଦ୍ୱାରା ଘେରି ହେବା ପରେ ଆଲା-ହୁ-ଅକବର ସ୍ଲୋଗାନ ଦେଇ ଚର୍ଚ୍ଚାକୁ ଆସିଥିଲେ।

ରମଜାନ ମାସରେ ରୋଜା ରଖୁଥିବା ହୁସେନ କହିଛନ୍ତି, ବୁଧବାର ଅପରାହ୍ନରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। “ମୁଁ ତାଙ୍କୁ ଜାଣିନାହିଁ ଏବଂ ମୋ ଝିଅର ନାମ ନେଇ ସେ ଭୁଲ କରିଛନ୍ତି। ମୁଁ ମୋ ଦେଶରେ ଖୁସି ଅଛି। ଆମ ଦେଶର ସମସ୍ୟା ଉପରେ କହିବା ପାଇଁ ଆମକୁ ଅଲ କାଏଦା ଦରକାର ନାହିଁ। ସେମାନେ ଆମ ଶାନ୍ତି ଭଙ୍ଗ କରୁଛନ୍ତି” ବୋଲି ସେ କହିଛନ୍ତି।

Share