ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀଙ୍କ ପିତା…

ଶ୍ରୀନଗର,୧୫।୮: ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବୁରହାନ୍‌ ଓ୍ବାନୀଙ୍କ ପିତା ମୁଜଫର ଓ୍ବାନୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେ ସ୍ଥାନୀୟ ଗଭର୍ନମେଣ୍ଟ୍‌ ଗର୍ଲସ୍‌ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ ରବିବାର ପୂର୍ବାହ୍ନ ୯ଟାରେ ପହଞ୍ଚି ପତାକା ଉତ୍ତୋଳନ କରିଛନ୍ତି। ସୂଚନାଯୋଗ୍ୟ, ବୁରହାନ୍‌ ଓ୍ବାନୀ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲେ। ୨୦୧୬ ଜୁଲାଇ ୮ରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ଘଟିଥିଲା।

Share