Categories: ଫୁରସତ

ଭୂକମ୍ପ ପୂର୍ବରୁ ବିପଦ ଜାଣି ଝିଅର ଏମିତି ଜୀବନ ବଞ୍ଚାଇଲେ ପିତା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେଉଛି। ଏଥି ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ ଆଉ କିଛି ଦେଖି ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ ଚକିତ ତଥା ପ୍ରଶଂସନୀୟ ଭିଡିଓ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ପିତା ଭୂକମ୍ପ ପୂର୍ବରୁ ତୁରନ୍ତ ବିପଦକୁ ଜାଣି ନିଜ ଝିଅର ଜୀବନ ରକ୍ଷା କରୁଛନ୍ତି।

ଭିଡିଓରେ ଦେଖିବେ ପିତା ଜଣକ ଘର ଭିତରେ ଚେୟାରରେ ବସିଛନ୍ତି ଏବଂ ଝିଅ ଟେବୁଲ ଉପରେ ବସିଛି। ହଠାତ୍‌ ପିତା ଝିଅକୁ ଧରି ଘରୁ ଦୌଡ଼ି ବାହାରକୁ ଚାଲିଗଲେ। ଏହା ପରେ ଧୀରେ ଧୀରେ ଘରେ ଜିନିଷ ଥରିବାକୁ ଲାଗିଲା। ଏଥିରୁ ଜଣାପଡ଼ିଲା ଯେ, ପିତା ଜଣକ ଭୂକମ୍ପ ଖୁବ୍‌ଶୀଘ୍ର ଅନୁଭବ କରିଥିଲେ ଏବଂ ସେଥିପାଇଁ ସେ ଝିଅକୁ ନେଇ ଦୌଡ଼ି ପଳାଇଲେ। ଏହା ପରେ ପରେ ଝିଅର ମା’ ମଧ୍ୟ ଘରୁ ବାହାରୁକୁ ଦୌଡ଼ି ଚାଲିଆସୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ସିସିଟିଭି ଫୁଟେଜରେ କଏଦ ହୋଇଛି। ଯାହା @failarmy ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଏହାକୁ ଭୂକମ୍ପ ଚିହ୍ନିବା କ୍ଷମତା କୁହାଯାଏ। ଭିଡିଓଟିକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୨୧ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିଛନ୍ତି। ହଜାର ହଜାର ୟୁଜର ପିତାଙ୍କ ଏପରି ସାହସିକତାକୁ ପ୍ରଶଂସା କରିଛନ୍ତି।

Share