ଲାଠୋର,୨୬ା୮(ଡି.ଏନ.ଏ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଝର ଗ୍ରାମରେ ପୁଅର ବର୍ଚ୍ଛା ମାଡରେ ବାପା ବଳଭଦ୍ର ପୁଟେଲ(୫୫) ଗୁରୁତର ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଲାଠୋର ଥାନା ପୋଲିସ ଅଭିଯୁକ୍ତ ପୁଅ ଧରସା ପୁଟେଲ(୨୮)ଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛନ୍ତି।
ପୁଅ ଧରସା ବୁଧବାର ରାତିରେ ବାପାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନ ଥିବା ବାପା କହିଥିଲେ। ଏନେଇ ବାପା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧରସା ଏକ ବର୍ଚ୍ଛାରେ ବାପାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ.୧୧୭/୨୧)ରୁଜୁ ହୋଇଥିବା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।