ବାପା, ପୁଅ ଗିରଫ: ଏକାଧିକ ଫେରାର

ଭୁବନେଶ୍ୱର, ୧୦।୧୨ (ବ୍ୟୁରୋ): ରାଜଧାନୀରେ ବାରମ୍ବାର ବସୁଛି କଙ୍ଗାରୁ କୋର୍ଟ। ସର୍ବ ସମ୍ମୁଖରେ ଘଟୁଛି ଅମାନୁଷିକ କାଣ୍ଡ। ହେଲେ କମିଶନରେଟ ପୋଲିସ କିଛି ଜାଣିପାରୁନି। ସୋସିଆଲ ମିଡିଆରେ ଘଟଣା ଭାଇରାଲ ହେବା ପରେ ଚେତା ପଶୁଛି। ପୂର୍ବରୁ ଏକାଧିକ ଘଟଣା ଘଟିଥିବାବେଳେ ଏବେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଆଉଏକ ସ୍ପର୍ଶକାତର ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କମେଣ୍ଟମରାକୁ ଗ୍ରାମସଭାରେ ବାପା ଓ ୨ ନାବାଳକ ପୁଅକୁ ଶତାଧିକ ଲୋକଙ୍କ ଆଗରେ ଆଣ୍ଠେଇବା ସହ ନିର୍ଯାତନା ଦିଆଯାଇଛି। ଏଥିସହର ଏହାର ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଲୋକ ଲଜ୍ଜା ସହି ନ ପାରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଚିକିତ୍ସା ପରେ ନାବାଳକ ଜଣକ ସୁସ୍ଥ ଥିବା ସୂଚନା ମିଳିଛି। ଅଭିଯୋଗକ୍ରମେ ପୋଲିସ ଏକ ମାମଲା ମାମଲା (ନଂ.୫୯୦/୨୦୨୧) ରୁଜୁ କରି ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ନେଇଛି। ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ବାପା ଓ ପୁଅଙ୍କୁ ପୋଲିସ ଗିରଫ କରାଯାଇଛି। ସେମାନେ ହେଲେ ବରମୁଣ୍ଡା ଗ୍ରାମର ଦିଲୀପ ପ୍ରଧାନ ଓ ତାଙ୍କ ବାପା ରମେଶ ପ୍ରଧାନ। ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି, ଏଥିରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନା ଅନୁଯାୟୀ, ବରମୁଣ୍ଡା ଗ୍ରାମରେ ରହୁଥିବା ନାବଳକଦ୍ୱୟ ସ୍କୁଲରେ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ କିଛିଦିନ ହେଲା କମେଣ୍ଟ ମାରୁଥିଲେ। ଏହାକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ବଚସା ହେବା ସହ ଝଗଡ଼ା ହୋଇଥିଲା। ହେଲେ ନାବାଳକ ଦ୍ୱୟ କମେଣ୍ଟ ମାରିବା ବନ୍ଦ ନ କରିବାରୁ ଅଭିଯୁକ୍ତ ଯୁବକ ଦିଲୀପ ସୋସିଆଲ ମିଡିଆରେ ଗୁରୁବାର ଏକ ଭିଡିଓ ଛାଡ଼ି ପାଲାମଣ୍ଡପକୁ ଗ୍ରାମବାସୀଙ୍କୁ ଡାକିଥିଲେ। ସେଠାରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ରାତି ପ୍ରାୟ ୯ଟାରେ ଆଉକିଛି ଯୁବକ ଯାଇ ନାବାଳକଦ୍ୱୟଙ୍କୁ ସେଠାକୁ ଡାକିଥିଲେ। କିଛି ସମୟ ପରେ ନାବାଳକଙ୍କ ବାପା ଓ ବଡ଼ବାପା ମଧ୍ୟ ସେଠାରେ ପହଞ୍ଚତ୍ଥିଲେ। ସେଠାରେ ସଭା ବସିଥିଲା। ଗ୍ରାମବାସୀମାନେ ସେମାନଙ୍କୁ ଆଣ୍ଠେଇବା ସହ ତଳେ ଛେପ ପକାଇ ନାକ ଘଷାଇଥିଲେ। ଧକ୍କା ମାରିବା ସହ କାନ ଧରାଇ ଉଠ୍‌ ବସ୍‌ କରାଯାଇଥିଲା। ଏହାପରେ ନାବାଳକଙ୍କ ବାପାଙ୍କଠାରୁ ମୁଚାଲିକା ଲେଖାଇ ନେଇଥିଲେ। ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ): ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ...

ଓଡ଼ିଶାର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର କରିବାକୁ ସୁପାରିଶ କଲେ ହାଇକୋର୍ଟ

କଟକ,୨୮।୧୧: ରାଜ୍ୟର ପ୍ରତ୍ୟେକ ଜିଲାରେ ମୁକ୍ତାକାଶ କାରାଗାର ପ୍ରତିଷ୍ଠା କରିବାକୁ ଓଡ଼ିଶାର କାରାଗାର ମହାନିର୍ଦ୍ଦେଶକ (ଡିଜି)ଙ୍କୁ ସୁପାରିଶ କରିଛନ୍ତି ହାଇକୋର୍ଟ। ଭାରତର ଅନ୍ୟ ରାଜ୍ୟମାନଙ୍କରେ ଏହି...

ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୮।୧୧: ନଭେମ୍ବର ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ମହାନିର୍ଦ୍ଦେଶକ ପୋଲିସ(ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ ପୋଲିସ (ଆଇଜିପି) ସମ୍ମିଳନୀ ଅନୁଷ୍ଠିତ...

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ: ୬ ମାସରେ ବଢ଼ିଛନ୍ତି ଏତିକି ହାତୀ

ଭୁବନେଶ୍ୱର,୨୮।୧୧: ପ୍ରକାଶ ପାଇଛି ଓଡ଼ିଶାର ଶୀତକାଳୀନ ହାତୀ ଗଣନା ୨୦୨୪ ରିପୋର୍ଟ। ମୋଟ ୩୮ ଟି ଡିଭିଜନରେ ଅନୁଷ୍ଠିତ ହୋଇଥିବା ଏହି ଗଣନା ଅନୁଯାୟୀ ସାମାନ୍ୟ...

ଡିଜିପି ସମ୍ମିଳନୀ ପୂର୍ବରୁ ଖଲିସ୍ତାନୀ ଧମକ: ଭିଡିଓ ଜାରି କରି ଦେଲେ ବଡ ଚେତାବନୀ

ଭୁବନେଶ୍ୱର,୨୮।୧୧: ନଭେମ୍ବର ୨୯ (ଶୁକ୍ରବାର) ଠାରୁ ଓଡିଶା ରାଜଧାନୀରେ ତିନି ଦିନିଆ ମହାନିର୍ଦ୍ଦେଶକ ପୋଲିସ୍ (ଡିଜିପି) ଏବଂ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ସମ୍ମିଳନୀରେ ବାଧା...

‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର: ଏଣିକି…

ଭୁବନେଶ୍ୱର,୨୮।୧୧: ‘ସୁଭଦ୍ରା’ ଯୋଜନାରେ ଝିଅମାନଙ୍କ ପାଇଁ ଆସିଲା ଖୁସି ଖବର। ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିପାରିବେ । ଯେଉଁମାନଙ୍କୁ ଏହି ମାସରେ...

ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର,୨୮।୧୧: ଭୁବନେଶ୍ୱରର ଏକ ଘରୋଇ ନର୍ସିଂ କଲେଜ ହଷ୍ଟେଲର୧୦ ଛାତ୍ରୀ ଅସୁସ୍ଥ ହୋଇଯାଇଛନ୍ତି। ରାତିରେ ଖାଇ ସାରିବା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ। ପରେ...

ଭାଜପା କାର୍ଯ୍ୟାଳୟରେ ୨ ଘଣ୍ଟା ରହିବେ ମୋଦି, କରିବେ ରାତ୍ରି ଭୋଜନ

ଭୁବନେଶ୍ୱର, ୨୮ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ରୁ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri