Advertisement

ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ବାପା, ପୁଅ ମୃତ ମା’ ଗୁରୁତର

ଛତ୍ରପୁର,୭।୧(ଦିଲ୍ଲୀପ ସାମଲ): ରମ୍ଭା ଥାନା ଅନ୍ତର୍ଗତ ଅରୁଣପୁର ଗ୍ରାମ ନିକଟରେ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୭ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୋହନ ରାୟଗୁରୁ ତାଙ୍କ ସ୍ତ୍ରୀ’ ଗାୟତ୍ରୀ ରାୟଗୁରୁ ଓ ପୁଅ ତ୍ରୟମ୍ବକମ୍ ଏକ ଟିଭିଏସ ଏକ୍ସଏଲ ଗାଡିରେ କୃଷ୍ଣ ପ୍ରସାଦ ଥାନା ଅନ୍ତର୍ଗତ ତିଛୀଣୀ ଗ୍ରାମରୁ ତାଙ୍କ ଶଶୁର ଘର ୟୁଡିଏସପୁର ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଅରୁଣପୁର ଗ୍ରାମ ନିକଟରେ ରମ୍ଭାରୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସେମାନେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ ଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲ ଅଣାଯାଇଥିଲା ।

ସେଠାରେ ତ୍ରୟମ୍ବକମ୍ ଙ୍କୁ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ମା’ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ପଠାଯାଇଥିଲା । ବ୍ରହ୍ମପୁର ମେଡ଼ିକାଲରେ ବାପା ମୋହନ ରାୟଗୁରୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ରମ୍ଭା ଓ ହୁମ୍ମା ଥାନା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପଟେ ଅରୁଣପୁର ଗ୍ରାମ ନିକଟରେ ରାସ୍ତା ରୋକ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share