ଚେନ୍ନାଇ, ୫।୧୧: ତାମିଲନାଡୁର ଭିଲ୍ଲୁପୁରମ୍ ଜିଲାରେ ଗୁରୁବାର ବାଣ ନେଇଯାଉଥିବା ଏକ ସ୍କୁଟରରେ ବିସ୍ଫୋରଣ ହେବାରୁ ବାପ ପୁଅଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ବାରିକେଡ୍ ଅତିକ୍ରମ କରିବା ପରେ ସ୍କୁଟରଟି ବିସ୍ଫୋରଣରେ ଜଳିଯାଉଥିବା ଦେଖାଯାଇଛି। ସ୍କୁଟର ଆଗରେ ଦୁଇ ବଣ୍ଡଲ୍ ବାଣକୁ ଖୁବ୍ଜୋରରେ ବନ୍ଧାଯାଇଥିବାରୁ ଘର୍ଷଣ ଓ ଚାପ ଯୋଗୁ ଏହା ବିସ୍ଫୋରଣ ହୋଇଥିବା କୁହାଯାଉଛି। ପୋଲିସ ଘଟଣାର ଅନୁଧ୍ୟାନ କରୁଛି। ମୃତକ କଲାଇନେସାନ(୩୫) ଏକ ଅଟୋମୋବାଇଲ ପାର୍ଟ୍ସ କମ୍ପାନୀରେ କାର୍ଯ୍ୟ କରୁଥିଲେ। ସେ ଓ ତାଙ୍କ ୭ ବର୍ଷର ପୁଅ ପ୍ରଦେଶ ପୁଡ଼ୁଚେରୀରୁ ସ୍କୁଟରରେ ବାଣ ଆଣି ଆସୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏହି ସମୟରେ ଭୁଲ୍ ପାର୍ଶ୍ୱରେ ଆସୁଥିବା ଏକ ବାଇକର ଚାଳକ ନିୟନ୍ତ୍ରଣ ହରାଇବାରୁ ଖସିପଡ଼ି ଆହତ ହୋଇଥିଲେ।