ପୁଅଙ୍କୁ ଦାମୀ ଗାଡି ଉପହାର ଦେଲେ ସନ୍ନି

ମୁମ୍ବାଇ: ଅଭିନୟକୁ ଭଲ ପାଉଥିବା ସନ୍ନି ଦେୱଲ କିଛିଦିନ ହେବ ବଡ ପରଦାରୁ ଦୂରରେ ଥିଲେ ବି ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ହୃଦୟରେ ବସାବାନ୍ଧିଛି । ଅଭିନେତା ଅଭିନୟକୁ ଯେତିକି ଭଲ ପାଆନ୍ତି ସେମିତି ଭଲ ଭଲ ଦାମୀ ଗାଡି ଚଢିବାକୁ ବି ପସନ୍ଦ କରନ୍ତି । ତାଙ୍କ ଗ୍ୟାରେଜରେ ରହିଛି କିଛି ବଛା ବଛା ଦାମୀ କାର୍ । ଏଥିରେ ଏବେ ଆଉ ଏକ କାର୍ ସାମିଲ ହୋଇଛି । ଏବେ ସେ ‘ଲ୍ୟାଣ୍ଡ ରୋଗର ଡିଫେଣ୍ଡର’ କାରକୁ ସ୍ୱାଗତ କରିଛନ୍ତି । ଏହି ଗାଡିଟି ସେ ତାଙ୍କ ପୁଅ କରନ ଦେୱଲଙ୍କ ପାଇଁ କିଣିଛନ୍ତି । ଏହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଲ୍ୟାଣ୍ଡ ରୋଭର ଡିଫେଣ୍ଡରର ଦାମ ୯୩ ଲକ୍ଷ ଟଙ୍କା । ସନ୍ନିଙ୍କ ନୂଆ ଗାଡ଼ିର ନମ୍ବର ୯୬୫୭ ଯାହା ମିଶି ୨୭ ହେଉଛି । ୨୭ ହେଉଛି ତାଙ୍କ ପୁଅ କରନଙ୍କ ଜନ୍ମ ତାରିଖ । ତେବେ ସନ୍ନିଙ୍କ ପାଖରେ ରହିଛି ମରସିଡିଜ ବେଂଜ ସିଲଭର ଏସଏଲ୫୦୦(୧.୧୫ କୋଟି), ଅଡି ଏ୮(୧.୫୭ କୋଟି), ପୋର୍ଶ କେୟନ(୧.୯୩କୋଟି) ଓ ଲ୍ୟାଣ୍ଡ ରେଞ୍ଜ ରୋଭର ଅଟୋବାୟୋଗ୍ରାଫି କାର(୨.୧୦କୋଟି) ଆଦି ରହିଛି ।
ସନ୍ନି ଖୁବଶୀଘ୍ର ଫିଲ୍ମ ‘ଗଦ୍ଦର୨’ରେ ନଜର ଆସିବେ । ତାଙ୍କ ସହ ଅଭିନେତ୍ରୀ ଅମିଶା ପଟେଲ ବି ନଜର ଆସିବେ ।

Share