ନାମକରଣ ପରେ ୪୦ ଦିନର ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗିଲା ବାପା

ଥିରୁଭାନନ୍ତପୁରମ, ୨୫।୯: କେରଳର ଥିରୁବଲମ୍‌ର ପଚଲ୍ଲୁର ଅଞ୍ଚଳରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନାମକରଣ ସଂସ୍କାରର କିଛି ଘଣ୍ଟା ପରେ ନିଜର ୪୦ ଦିନର ଶିଶୁ କନ୍ୟାକୁ ନଦୀ ଗର୍ଭକୁ ଫିଙ୍ଗି ଦେଇଛନ୍ତି। ଫଳରେ ନିରୀହ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଉନ୍ନିକୃଷ୍ଣନକୁ ଗିରଫ କରିଛି। ପୋଲିସ ପକ୍ଷରୁ କୁହାଯାଇଛି, ଶୁକ୍ରବାର ଶିଶୁ କନ୍ୟାଟିର ଶବ ଉଦ୍ଧାର କରାଯାଇଛି।
ଜଣାପଡ଼ିଛି ଯେ, ଉନ୍ନିକୃଷ୍ଣନ ପେଶାରେ ଜଣେ ଇଲେକ୍ଟ୍ରିସିଆନ। ଗୁରୁବାର ସକାଳେ ଉନ୍ନିକୃ୍‌ଷ୍ଣନ ତାଙ୍କ ନବଜାତ ଶିଶୁ କନ୍ୟାର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେବେ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିବାରୁ ଉନ୍ନିକୃଷ୍ଣନ ନିକଟରେ ରହୁଥିବା ତାଙ୍କ ମା’ଙ୍କ ପାଖକୁ ଶିଶୁ କନ୍ୟାକୁ ନେଇ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସ୍ବାମୀ କିମ୍ବା ତାଙ୍କ ନବଜାତ ଶିଶୁ କନ୍ୟା ଘରକୁ ନ ଆସିବାରୁ ଉନ୍ନିକୃଷ୍ଣନଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିଛି ଲୋକ ଉନ୍ନିକୃଷ୍ଣନଙ୍କୁ ନଦୀ ପାଖରେ ବୁଲୁଥିବାର ଦେଖିଥିଲେ। ଏହାପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଶୁକ୍ରବାର ସକାଳେ ପୋଲିସ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରିଥିଲା। ପରେ ପଚରାଉଚରା କରିବାରୁ ସେ ଶିଶୁ କନ୍ୟାକୁ ନଦୀକୁ ଫିଙ୍ଗି ଦେଇଥିବା ଉନ୍ନିକୃଷ୍ଣନ ସ୍ବୀକାର କରିଥିଲା। ପୋଲିସ ଏହି ଘଟଣାରେ ଉନ୍ନିକୃଷ୍ଣନଙ୍କୁ ଗିରଫ କରିଛି।

Share