Categories: ଖେଳ

ବାପା ମାରିଦେବାକୁ ଚାହିଁଥିଲେ, ହେଲେ ମା’ ଦୁନିଆକୁ ଆଣିଥିଲେ; ଅଧିନାୟକ ରୋଭମାନ୍‌ଙ୍କ ସଂଘର୍ଷ କାହାଣୀ କିଛି ଏଭଳି…/

ତ୍ରିନିଦାଦ,୪।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ପରେ ଟି୨୦ ସିରିଜ ଖେଳାଯାଉଛି। ଗୋଟିଏ ପଟେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ର ନେତୃତ୍ୱ ନେଉଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ର ଅଧିନାୟକ ଅଛନ୍ତି ରୋଭମାନ୍‌ ପାଓ୍ବେଲ। ତେବେ ରୋଭମାନ୍‌ ଏଯାବତ ୩ ଦିନିକିଆ ଏବଂ ୪ ଟି୨୦ରେ ଦଳର ନେତୃତ୍ୱ ନେଇଛନ୍ତି।

ପାଭେଲଙ୍କ ବ୍ୟକ୍ତିଗତ ଜୀବନ ବେଶ ସଂଘର୍ଷମୟ। ଗରିବ ଶ୍ରେଣୀର ପରିବାରରୁ ବାହାରି ସେ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ ହେବାର ଗୌରବ ଲାଗ କରିଛନ୍ତି। ତେବେ ଏହି ଯାତ୍ରା ସହଜ ନ ଥିଲା। ଯେ କେହି ତାଙ୍କ କାହାଣୀ ଶୁଣିଲେ ଆଖି ଓଦା ହେବ।

ରୋଭମାନ୍‌ ଏବଂ ତାଙ୍କ ଭଉଣୀଙ୍କୁ ପାଳିଛନ୍ତି ତାଙ୍କ ମା’। କାରଣ ଯେତେବେଳେ ରୋଭମାନ ମା’ଙ୍କ ପେଟରେ ଥିଲେ, ବାପା ତାଙ୍କୁ ମାରିଦେବାକୁ ଚାହିଁଥିଲେ। ହେଲେ ମା’ ଶୁଣି ନ ଥିଲେ। ନିଜେ ପୁଅକୁ ଦୁନିଆକୁ ଆଣିବା ସହ ମଣିଷ କରିବାକୁ ଚେଷ୍ଟା କରିଥିଲେ। ରାଭମାନ ଏବଂ ତାଙ୍କ ଭଉଣୀଙ୍କୁ ପଢ଼ାଇବା ଲାଗି ମା’ ପରଘରେ ଲୁଗା ସଫା କରିଛନ୍ତି। ଆଜି ସେହି ପୁଅ ତାଙ୍କ ସହ ଦେଶର ନାଁ ଉଚ୍ଚା କରିଛନ୍ତି।

Share