ଜମି ବିକ୍ରି ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

କୁଚିଣ୍ଡା,୧୮ା୩(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ଶର୍ଗିଡିହି ଗ୍ରାମରେ ପୁଅର ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଛି। ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଶର୍ଗିଡିହି (ମଣ୍ଡପପଡ଼ା)ର ମୋହନ ପାତ୍ର(୫୦) କିଛିଦିନ ତଳେ ତାଙ୍କ ଭାଗରେ ଥିବା ଜମି ବିକ୍ରିକରି ନିଜ ପାଖରେ ପଇସା ରଖିଥିଲେ। ଖବର ପାଇ କଟକରେ ରହି ରଙ୍ଗ ମିସ୍ତ୍ରୀ କାମ କରୁଥିବା ଏକମାତ୍ର ପୁଅ କରନ ପାତ୍ର(୧୯) ଘରକୁ ଫେରି ବାପାଙ୍କୁ ଜମିବିକ୍ରି ଟଙ୍କା ମାଗିଥିଲେ। ଏହାକୁ ନେଇ ବାପ ପୁଅଙ୍କ ମଧ୍ୟରେ ଗୁରୁବାର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କରନ ହଠାତ୍‌ ବାପା ମୋହନ ଏବଂ ମା’ ତୃତୀୟାଙ୍କୁ ମାରପିଟ କରିଥିଲେ। ମା’ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ। ହେଲେ କରନ ବାପା ମୋହନଙ୍କୁ ବାଡ଼ି ଏବଂ ଲୁହା ରଡ୍‌କରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗୋବିନ୍ଦପୁର ଥାନା ଅଧିକାରୀ ଅଜୟ କୁମାର ଜେନା ପୋଲିସ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରି କରିଥିଲେ। ପୋଲିସ ଅଭିଯୁକ୍ତ କରନଙ୍କୁ ଧରି ଥାନାକୁ ନେଇଥିଲା।

Share