Categories: ଖେଳ

ଦେଶ ପାଇଁ ବାପା ଜିତିଥିଲେ ସୁନା, ଏବେ ଝିଅ ବି ଆଣିଲେ ପଦକ

ହାଙ୍ଗଝୋ,୧।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ପାଇଁ ରବିବାର ଏକ ଭଲ ଦିନ ଥିଲା। ଟିମ ଇଣ୍ଡିଆ ଆଜି ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ଜିତିଛି। ଶୁଟିଂରେ ଭାରତ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି। ମହିଳା ଦଳ ଇଭେଣ୍ଟରେ ଭାରତର ରାଜେଶ୍ୱରୀ କୁମାର, ମନୀଷା କିର ଏବଂ ପ୍ରୀତି ରାଜକ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ଜିତିଥିଲେ। କୌତୁହଳର ବିଷୟ ହେଉଛି ରାଜେଶ୍ୱରୀଙ୍କ ପରି ତାଙ୍କ ପିତା ମଧ୍ୟ ଜଣେ ଶୁଟର ଥିଲେ। ରାଜେଶ୍ୱରୀଙ୍କ ପିତା ରଣଧୀର ସିଂ ସ୍ବର୍ଣ୍ଣ ପଦକ ଜିତିଥିଲେ।
ରଣଧୀର ସିଂ ଅଲିମ୍ପିକ କାଉନସିଲ ଅଫ ଏସିଆର କାର୍ଯ୍ୟକାରୀ ସଭାପତି ଏବଂ ତାଙ୍କ ଝିଅ ରାଜେଶ୍ୱରୀ ଏଥର ଏସିଆନ ଗେମ୍ସ ୨୦୨୩ରେ ଭାଗ ନେଉଛନ୍ତି। ଚାଇନାରେ ଚାଲିଥିବା ଏସୀୟ ଗେମ୍ସରେ ରାଜେଶ୍ୱରୀଙ୍କ ପିତା ମଧ୍ୟ ତାଙ୍କ ସହ ଅଛନ୍ତି। ଏସିଆନ ଗେମ୍ସରେ ଶୁଟିଂରେ ସ୍ବର୍ଣ୍ଣ ଜିତିଥିବା ରଣଧୀର ସିଂ ହେଉଛନ୍ତି ପ୍ରଥମ ଭାରତୀୟ। ତାଙ୍କ ଝିଅ ମଧ୍ୟ ବର୍ତ୍ତମାନ ତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ରାଜେଶ୍ୱରୀ ମଧ୍ୟ ଦେଶ ପାଇଁ ପଦକ ଜିତିଛନ୍ତି।
ଏପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ମୋଟ ୪୧ ପଦକ ଜିତିଛନ୍ତି। ଏଥିରେ ୧୧ଟି ସ୍ବର୍ଣ୍ଣ, ୧୬ଟି ରୌପ୍ୟ ଏବଂ ୧୪ଟି ବ୍ରୋଞ୍ଜ ପଦକ ଅଛ। ପଦକ ତାଲିକାରେ ଟିମ ଇଣ୍ଡିଆ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। ଏହି ତାଲିକାରେ ଚାଇନା ପ୍ରଥମ ସ୍ଥାନରେ ରହିଛି। ଚାଇନାରେ ୨୨୨ ପଦକ ଅଛି। ଚାଇନା ୧୧୬ ସ୍ବର୍ଣ୍ଣ ଏବଂ ୭୦ ରୌପ୍ୟ ପଦକ ଜିତିଛି।

Share