ବାପା

ପୁଅ ହେଉ କି ଝିଅ-ଏମାନଙ୍କ ଜୀବନରେ କେବଳ ମା’ ନୁହେଁ ବାପାଙ୍କର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ଅନାବଶ୍ୟକ। ଜଣେ ବାପ-ଝିଅର ଅନାବିଳ ସ୍ନେହକୁ ନେଇ ପ୍ରସ୍ତୁତ ହୋଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ବାପା’। ଏ ସମ୍ପର୍କରେ ଏହାର ନିର୍ଦ୍ଦେଶକ ସରୋଜ ମହାପାତ୍ର କହନ୍ତି, ‘ଏହି ଫିଲ୍ମର କାହାଣୀଟି ଚୟନ ସମୟରେ ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଥିଲା। ଜଣେ ଝିଅ ପ୍ରତି ବାପାର ସ୍ନେହକୁ ମାପିବାକୁ ପଡ଼େନା। ହେଲେ ଏହି ଫିଲ୍ମରେ ଏପରି ସମ୍ପର୍କରେ ଅନେକ ନୂଆ ରୋଚକ କଥା ଦର୍ଶକ ଦେଖିବାକୁ ପାଇବେ। କାହାଣୀକୁ ଶତ ପ୍ରତିଶତ ଜଷ୍ଟିସ ଦେବା ପାଇଁ ଚେଷ୍ଟା କରିଛି। ବାକି ସବୁ ଦର୍ଶକଙ୍କ ଉପରେ ନିର୍ଭର କରେ।’ ହରେକ୍ରିଷ୍ଣ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ବାପା ଭୂମିକାରେ ଜୀବନ ପଣ୍ଡା ଅଭିନୟ କରିଥିବା ବେଳେ ଝିଅ ଚରିତ୍ରଟିକୁ ତୁଲାଇଛନ୍ତି ମୋକ୍ଷଦା ତ୍ରିପାଠୀ।

Share