ଆଜିଠୁ ପିତୃପକ୍ଷ ଆରମ୍ଭ

ଭୁବନେଶ୍ୱର,୩୦।୯: ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ଲୋକେ ତିଳତର୍ପଣ  କରିଛନ୍ତି। ବିନ୍ଦୁସାଗରରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ତିଳ ତର୍ପଣ କରିଛନ୍ତି।

Share