ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି ଆସିଛେ, ଯାହାଙ୍କ ଆଦର୍ଶ ଆମକୁ ଆଗକୁ ବଢିବାକୁ ସାହସ ଦେଇଥାଏ, ଯାହାଙ୍କ ପ୍ରତି କଥାରେ ଭରି ରହିଥାଏ ଆମ ପାଇଁ ଚିନ୍ତା ସେହି ମହାନ ମଣିଷ ଜଣଙ୍କ ହେଉଛନ୍ତି ବାପା। ଏହି ମହାନ ବ୍ୟକ୍ତିଙ୍କ ମହାନତା ପାଇଁ ବିଶ୍ୱ ପାଳନ କରୁଛି ପିତୃ ଦିବସ।