Categories: ଜାତୀୟ

ପିତାଙ୍କ ମୃତ୍ୟୁ ଖବର ସହିପାରିଲେନି ଝିଅ, ନେଲେ ଏମିତି ପଦକ୍ଷେପ

ଭୋପାଳ,୨୧ା୧୦: ପିତା ଏବଂ କନ୍ୟାଙ୍କ ସମ୍ପର୍କ ଦୁନିଆରେ ସବୁଠାରୁ ଅନନ୍ୟ ବୋଲି ବିବେଚନା କରାଯାଏ। ଗୋଟିଏ ଝିଅ ଜୀବନଠାରୁ ଅଧିକ ଭଲ ପାଏ ତା’ ପିତାଙ୍କୁ। ବୋଧହୁଏ ଏହି କାରଣରୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ପିତାଙ୍କ ଦେହାନ୍ତ ଖବର ଶୁଣି ସହି ନ ପାରି ନିଜ ଦେହରେ କିରୋସିନ ଢାଳି ଜୀବନ ହାରିଦେଇଛନ୍ତି।
ପୋଲିସ ସୂତରୁ ପ୍ରକାଶ ଯେ, ମୃତ ଯୁବତୀ ପିତାଙ୍କ ମୃତ୍ୟୁ ୨୧ ମାସ ତଳେ ଘଟିଥିଲା। ଏହା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। କବିତା ସୋନି ନାମକ ମୃତ ଯୁବତୀ ଭୋପାଳର କୋଲାର ରୋଡରେ ରହୁଥିଲେ। ଥାନାଧିକାରୀ ସୁଧୀର ଅର୍ଜାରିୟା କୁହନ୍ତି, ୨୮ ବର୍ଷୀୟ କବିତାଙ୍କ ପିତାଙ୍କ ୨୦ ଜାନୁୟାରୀ ୨୦୧୯ରେ ମୃତ୍ୟୁ ଘଟିଥିଲା। ଏହିଦିନଠାରୁ କବିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଫଳରେ ଏହି ଦୁଃଖ ଚରମସୀମାରେ ପହଞ୍ଚିଥିଲା। ସେ ମଙ୍ଗଳବାର ନିଜ ଦେହରେ କିରୋସିନ ଢାଳି ଶେଷରେ ଜୀବନ ହାରିଦେଇଛନ୍ତି।

Share