Posted inଜାତୀୟ

ବାପାର ଋଣ ବୋଝ ଝିଅର ନେଲା ଜୀବନ

ବେଙ୍ଗାଲୁରୁ,୨୮।୧୧: ରୁଣ ବୋଝ ସାଙ୍ଗକୁ ଚାକିରି ହରାଇବା ଭୟ ଏବଂ କାଳେ ଝିଅକୁ ଦି’ଅଳି ଖାଇବାକୁ ଦେଇପାରିବେ ନାହିଁ ବୋଲି ଭାବି ଭାଙ୍ଗିପଡ଼ିଥିଲେ ବାପା। ଯାହାର କରୁଣ ପରିଣତି ଏବେ ସମସ୍ତଙ୍କ ସାମ୍ନାରେ। ନିଜ ୨ ବର୍ଷର ଝିଅଙ୍କୁ ସାଙ୍ଗରେ ଧରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଉକ୍ତ ବ୍ୟକ୍ତି ଜଣକ। ଏଭଳି ଏକ ଅଭାବାନୀୟ ଘଟଣା ଘଟିଛି କର୍ନାଟକର କୋଲାର ତାଲୁକା ଅଧୀନ କେନଦାତି ଗ୍ରାମରେ। ଗାଁର ଏକ ହ୍ରଦରୁ ୨ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର କରିଛି ପୋଲିସ। ଏପରିକି ପୋଲିସ ହ୍ରଦ ନିକଟରୁ ଏକ କାର୍‌ ମଧ୍ୟ ଜବତ କରିଛି। ପ୍ରଥମେ ଗାଁ ଲୋକ ଉକ୍ତ କାରକୁ ଦେଖି ପୋଲିସ ଷ୍ଟେସନରେ ଖବର ଦେଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଝିଅକୁ ହତ୍ୟା କରିବା ଅଭିଯୋଗରେ ପୋଲିସ ବାପା ରାହୁଲ ପାରମରଙ୍କୁ ଗିରଫ କରିଛି। ରାହୁଲଙ୍କ ଘର ଗୁଜରାଟରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ନିଜ ସ୍ତ୍ରୀ ଓ ଝିଅଙ୍କ ସହ ରହୁଥିଲେ।

ସୂଚନା ମୁତାବକ, ରାହୁଲଙ୍କ ଋଣ ଭାର ଦିନକୁ ଦିନ ବଢ଼ି ଚାଲିଥିଲା। ଋଣ ପରିଶୋଧ କରି ପାରୁ ନ ଥିବାରୁ ଋଣଦାତା ବିଭିନ୍ନ ସମୟରେ ଟଙ୍କା ମାଗିବା ସହ ବିଭିନ୍ନ ପ୍ରକାର ଧମକ ଦେଉଥିଲେ। ଏପରିକି ସେ ପରିବାର ଚଳାଇବାକୁ ମଧ୍ୟ ସକ୍ଷମ ନ ଥିଲେ। ଏନେଇ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ। ଏଥିରେ ସେ ମାନିସିକ ଭାରସାମ୍ୟ ହରାଇ ୨ବର୍ଷର ଝିଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ। ଏନେଇ ରାହୁଲ ଝିଅଙ୍କୁ ଧରି କାରରେ ଘରୁ ବାହାରିଯାଇଥିଲେ। ପରେ ସେ କର୍ନାଟକର କୋଲାର ତାଲୁକା ଅଧୀନ କେନଦାତି ଗାଁ ନିକଟରେ ଥିବା ଏକ ହ୍ରଦରେ ପହଞ୍ଚିଥିଲେ। ସେ ଝିଅକୁ ଧରି ବେଶ କିଛି ସମୟ ବିତାଇବା ସହ ଖେଳିଥିଲେ ଏବଂ ପରେ ବହୁ କାନ୍ଦିଥିଲେ। ଶେଷରେ ଝିଅକୁ ଧରି ସେ ହ୍ରଦକୁ ଡେଇଁ ପଡିଥିଲେ। ଝିଅ ପାଣିରେ ବୁଡି ପ୍ରାଣ ହରାଇଥିବା ବେଳେ ରାହୁଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷେ ନଭେମ୍ବର ୧୫ରେ ରାହୁଲ ଓ ତାଙ୍କ ଝିଅ ନିଖୋଜ ଥିବା ନେଇ ସ୍ତ୍ରୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ପୁଣି ଧମକ

ମୁମ୍ବାଇ,୧୮ା୧୦: ଅଭିନେତା ସଲମାନ ଖାନଙ୍କୁ ପୁଣି ଧମକ ମିଳିଛି। ହ୍ବାଟ୍ସଆପ୍‌ରେ ମୁମ୍ବାଇ ଟ୍ରାଫିକ୍‌ ପୋଲିସକୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ ସଲମାନଙ୍କଠାରୁ ୫ କୋଟି...

ଓଲଟା ସାମ୍ନା କରିବେ ନା ନିଜେ ଓଲଟି ଯିବେ ନୀତୀଶ? ପୁଣି ଅଡୁଆରେ ବିହାର ସରକାର

ପାଟନା,୧୭।୧୦: ବିହାରରେ ମଦ ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଯେଉଁମାନେ ବେଆଇନ ମଦ ବ୍ୟବସାୟ କରୁଛନ୍ତି ସେମାନେ ପୁଣି ଥରେ ସରକାରଙ୍କୁ ଏକ ଶକ୍ତ...

ୟୁପିରେ ହେଉଛି ନକଲି ଏନକାଉଣ୍ଟର, ଯୋଗୀ ତାଙ୍କ ଆସନକୁ ବଞ୍ଚାଇବାକୁ…

ଲକ୍ଷ୍ନୌ,୧୭।୧୦: ଉତ୍ତର ପ୍ରଦେଶ ପୋଲିସ ଗୁରୁବାର ବହରାଇଚ ହିଂସା ଏବଂ ରାମ ଗୋପାଳ ମିଶ୍ରଙ୍କ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଦୁଇ...

କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ

ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର...

ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍‌କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ...

 ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ

ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ...

ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା...

ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍‌ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri