Posted inଜାତୀୟ

ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ବୁଲଡୋଜର ଆକ୍ସନ ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ।

ଶୁଣାଣି ସମୟରେ ୟୁପି ସରକାର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ। କାହାର କୌଣସି ଅପରାଧରେ ଅଭିଯୁକ୍ତ କାରଣରୁ ନୁହେଁ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍‌।

ତୁଷାର ମେହେଟ୍ଟା କହିଛନ୍ତି, ଅଧିକାଂଶ କ୍ଷେତ୍ରରେ ବେଆଇନ ନିର୍ମାଣ ବିରୋଧରେ ନୋଟିସ ଦିଆଯାଇସାରିଛି। ଏହା ଉପରେ କୋର୍ଟ କହିଛନ୍ତି ଯେ, ଆମେ ମଧ୍ୟ ବେଆଇନ ନିର୍ମାଣକୁ ସଂରକ୍ଷଣ କରିବା ସପକ୍ଷରେ ନାହୁଁ, କିନ୍ତୁ ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ। ଏହା ପରେ ମେହେଟ୍ଟା କହିଛନ୍ତି ଯେ, ଆମେ ମଧ୍ୟ ସମସ୍ତ ପକ୍ଷଙ୍କ ସହ କଥାବାର୍ତ୍ତା କରି ସମାଧାନ ଖୋଜିବାକୁ ଚେଷ୍ଟା କରିବୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଖେଳକୁ ବୁଝନ୍ତୁ ଲୋକେ:ରାହୁଲ

ନୂଆଦିଲ୍ଲୀ,୨୩ା୧୧:ସୌର ଶକ୍ତି ଠିକା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଓ ନିବେଶକଙ୍କୁ ଠକେଇ ଅଭିଯୋଗରେ ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା କୋର୍ଟରୁ ଗିରଫ...

Maharashtra Election Result Live: ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ଆଗରେ

ପୁଣେ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଗଣନା ଚାଲିଛି। ସକାଳ ୮ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ପୋଷ୍ଟାଲ ବାଲଟ ଗଣତିରେ ମହାୟୁତି...

ଆଦାନୀ ଲାଞ୍ଚ: ତଦନ୍ତ ଆରମ୍ଭ କରିନି ସେବି

ମୁମ୍ବାଇ,୨୩ା୧୧:୬୨ ବର୍ଷୀୟ ବିଲିୟନେୟାର ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ମାନେ ନିଜର ଆଦାନୀ ଗ୍ରୁପ୍‌ ଅଧୀନ ଏକ ଅକ୍ଷୟ ଶକ୍ତି...

ପୂର୍ବ ମୁଖ୍ୟମନ୍ତ୍ରୀଙ୍କଠାରୁ ଆତିଶୀ ହଜାରେ ଗୁଣ ଭଲ: ଉପରାଜ୍ୟପାଳ

ନୂଆଦିଲ୍ଲୀ,୨୩ା୧୧: ଏକ ବିରଳ ଘଟଣାକ୍ରମରେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଆତିଶୀ ପୂର୍ବ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କଠାରୁ...

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ

ନୂଆଦିଲ୍ଲୀ,୨୩ା୧୧: ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର ନିମ୍ନଗାମୀ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ -ଏନ୍‌ସିଆର୍‌ରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ...

ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ, ୮ଟାରେ ପୋଷ୍ଟାଲ ବାଲଟ ଗଣନା

ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶନିବାର ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଉଭୟ ରାଜ୍ୟରେ ଶାସକ ଓ...

ରାଜି ଥିଲେ ଘର ଲୋକେ, ପଡ଼ିଥାନ୍ତା ହାତଗଣ୍ଠି…ହେଲେ ହଳଦୀ ଉତ୍ସବ ଦିନ କାହିଁକି ପଙ୍ଖାରେ ଝୁଲି ପଡ଼ିଲେ ବରକନ୍ୟା?

ଲକ୍ଷ୍ନୌ,୨୨।୧୧: ୩ ବର୍ଷର ପ୍ରେମସମ୍ପର୍କ। ପରିବାର ଲୋକେ ରାଜି ହେବା ପରେ ବିବାହର ଦିନ ସ୍ଥିର ହୋଇଥିଲା। ଆଉ ଦି ଦିନ ପରେ ପଡ଼ିଥିଲା ହାତଗଣ୍ଠି।...

ବିଶେଷଜ୍ଞଙ୍କ ବଡ଼ ଆକଳନ, ମହାରାଷ୍ଟ୍ରରେ ଏହି ଦଳ କରିବ ରାଜ୍‌!

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ସି-ଭୋଟର ପ୍ରତିଷ୍ଠାତା ୟଶୱନ୍ତ ଦେଶମୁଖ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ବା ମହାୟୁତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri