ବାପାଙ୍କ ଉନ୍ମତ୍ତକାଣ୍ଡ: ସାଢ଼େ ୩ ବର୍ଷର ଝିଅକୁ ହତ୍ୟା ପରେ ଅନ୍ୟ ୩ ଝିଅ, ସ୍ତ୍ରୀକୁ ହତ୍ୟା ଉଦ୍ୟମ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ ଶନିବାର ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କର ସାଢ଼େ ତିନି ବର୍ଷର ଝିଅକୁ ଫାର୍ସାରେ ହାଣି ହତ୍ୟା କରଛନ୍ତି। ଏହା ସହ ଅନ୍ୟ ୨ବର୍ଷ, ୫ବର୍ଷ ଓ ୧୨ବର୍ଷର ୩ ଝିଅ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଗଡ଼ପୋଷ ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ବ୍ୟକ୍ତିଙ୍କ ନାମ ସୁଖୁ ଓରାମ ମଧ୍ୟ ନିଜର ବେକ କାଟି ଗୁରୁତର ହୋଇଛନ୍ତି। ଖବର ପାଇ ଗୋବିନ୍ଦପୁର ଓ ଗଡ଼ପୋଷ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସମସ୍ତଙ୍କୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି।

Share