Categories: ଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟର: ପିତା କହିଲେ ‘କାନ୍ଥରେ ମୁଣ୍ଡ ବାଡେଇଲେ ମୁଣ୍ଡ ହିଁ ଫାଟିବ’

କାନପୁର,୧୧।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଯେଉଁ ଦୋଷ କରିଥିଲେ ତାହା ଠିକ୍‌ ନୁହେଁ ବୋଲି ତାଙ୍କ କରିବାର ଲୋକେ ବି କହୁଛନ୍ତି। ସେ ଯେଉଁ ରାସ୍ତାରେ ଯାଉଥିଲେ ତାହାର ଅନ୍ତ ଏହାହିଁ ହେବାର ଥିଲା ବୋଲି ପରିବାର ସଦସ୍ୟ ମତ ଦେଇଛନ୍ତି। ତେବେ ଶୁକ୍ରବାର ପୋଲିସ ଏନ୍‌କାଉଣ୍ଟରରେ ବିକାଶଙ୍କ ମୃତ୍ୟୁ ହେବା ପରେ ଏହା ତାଙ୍କ କଲା କର୍ମର ଫଳ ବୋଲି କହିଛନ୍ତି ବିକାଶଙ୍କ ପିତା ଓ ତାଙ୍କ ଧର୍ମପତ୍ନୀ। ବିକାଶଙ୍କ ପିତା ରାମ କୁମାର ଦୁବେ କହିଛନ୍ତି ଯଦି ଜଣେ କାନ୍ଥରେ ମୁଣ୍ଡ ବାଡାନ୍ତି ତେବେ ମୁଣ୍ଡ ହିଁ ଫାଟିବ କାନ୍ଥ ନୁହେଁ। ଏହାସହ ବିକାଶଙ୍କ ପତ୍ନୀ ରୁଚାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିଲେ ମଧ୍ୟ ସେ ଚିତ୍କାର କରି କହିଛନ୍ତି, ବିକାଶଙ୍କ ସହ ଯେଉଁ ଘଟଣା ଘଟିଛି ତାହା ଠିକ୍‌। ଶଯ୍ୟାଶାୟୀ ପିତାଙ୍କ ଏଭଳି ଉକ୍ତି ଏବେ ଚର୍ଚ୍ଚାକୁ ଆସିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିକାଶଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ତାଙ୍କ ମୃତଦେହ ନେବାକୁ ପରିବାର ପକ୍ଷରୁ କେହି ନ ଆସିବାରୁ ଶେଷରେ ତାଙ୍କ ଭିଣୋଇ ମୃତଦେହକୁ ନେଇ କାନପୁରର ଭୈରବ ଘାଟରେ ଅନ୍ତିମ ସଂସ୍କାର କରିଥିଲେ। ଆଉ ବିକାଶଙ୍କ ମା’ ଅପରାଧୀ ପୁଅର ମୃତଦେହ ନେବାକୁ ସଫା ସଫା ମନା କରି ଦେଇଥିଲେ।

Share