କରାଚି,୨।୫: ଲେଖକ, ସମାଜିକ କର୍ମୀ ଓ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜୁଲଫିକାର ଅଲି ଭୁଟ୍ଟୋଙ୍କ ନାତୁଣୀ ଫାତିମା ଭୁଟ୍ଟୋ ନିକାହ ପରେ ହିନ୍ଦୁ ମନ୍ଦିର ଦର୍ଶନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଫାତିମାଙ୍କ ଏଭଳି ପଦକ୍ଷେପକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। କେତେଜଣ ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କେତେଜଣ ପ୍ରଶ୍ନ କରିଛନ୍ତି ଯେ ସେ ସେଠାକୁ କାହିଁକି ଯାଇଥିଲେ। ଫାତିମା(୪୦) ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କ ଭଉଣୀ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ବେନଜିର ଭୁଟ୍ଟୋଙ୍କ ଝିଆରୀ ଓ ମୁର୍ତଜା ଭୁଟ୍ଟୋଙ୍କ ଝିଅ। ଶୁକ୍ରବାର ତାଙ୍କର ଜେଜେଙ୍କ ପୁସ୍ତକାଳୟରେ ତାଙ୍କର ନିକାହ ହୋଇଥିଲା।
ଫାତିମା ଓ ତାଙ୍କ ସ୍ବାମୀ ଗ୍ରାହମ ଜିବ୍ରାନ ରବିବାର କରାଚିରେ ଐତିହାସିକ ମହାଦେବ ମନ୍ଦିର ଯାଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲେ। ସେ ହିନ୍ଦୁ ସିନ୍ଧିଙ୍କ ସମ୍ମାନରେ ମନ୍ଦିର ଯାଇଥିଲେ, ଯାହାର ମୂଳ ପ୍ରାଚୀନ କାଳରୁ କରାଚି ସହ ଜଡିତ। ମିଡିଆରେ ଆସିଥିବା ଖବର ଅନୁଯାୟୀ, ଫାତିମାଙ୍କ ସ୍ବାମୀ ଗ୍ରାହବ ହେଉଛନ୍ତି ଇସାଇ ଓ ସେ ଆମେରିକା ନାଗରିକ।