ଅପସ୍ମାର ସମ୍ପର୍କରେ ସଚେତନ କରୁଛନ୍ତି ଫାତିମା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍‌ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସାନା ଶେଖ୍‌ ଏପପିଲେପ୍ସି ବା ଅପସ୍ମାର ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ନାୟିକା ଜଣକ ନିକଟରେ ଇନଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଥିବା ବିରଳ ନ୍ୟୁରୋ ଡିଜିଜ୍‌ (ଏପିଲେପ୍ସି) ବିଷୟରେ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛନ୍ତି। ପ୍ରତି ୨୬ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ରୋଗ ଦେଖାଯାଏ। ଏହ ରୋଗ ମୁଖ୍ୟତଃ ୪ ପ୍ରକାରର ହୋଇଥାଏ ବୋଲି ଫାତିମା କ୍ୟାପ୍‌ଶନ୍‌ରେ ଲେଖିଛନ୍ତି। ଯଦି କୌଣସି ବ୍ୟକ୍ତି ଏଭଳି ଲକ୍ଷଣ କିମ୍ବା ଏହି ରୋଗ ଦେଇ ଗତି କରୁଛନ୍ତି ସେମାନେ ନିଜ ଅଭିଜ୍ଞତା ଶେୟାର କରିବା ପାଇଁ ଫାତିମା କହିଛନ୍ତି। ନିଜର ଅପ୍‌କମିଂ ଫିଲ୍ମ ‘ସାମ୍‌ ବାହାଦୁର’ ନିର୍ମାଣରେ ଏବେ ଫାତିମା ବ୍ୟସ୍ତ ଥିବାବେଳେ ଏଥିରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜରକୁ ଆସିବେ।

Share