ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କ ପ୍ରତି ଅନୁକମ୍ପା

ନୟାଗଡ଼ ଅଫିସ,୧୨।୧୦(ଲୋକନାଥ ମିଶ୍ର)ମହାତ୍ମ।ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ କେତେଜଣ ନିର୍ଦ୍ଦିଷ୍ଟ ଭେଣ୍ଡରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇ କଞ୍ଚାମାଲ ଯୋଗାଣ କରିବାକୁ ଅନୁମତି ଦିଆଯାଉ ଥିବା ଅଭିଯୋଗ ହୋଇଆସୁଛି। ଭେଣ୍ଡରଙ୍କୁୁ ଆୟୁଧ କରି ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି କରାଯାଉଥିବାରୁ ଲବି ନ ଥିଲେ କାମ ମିଳୁନି। କେତେଜଣ ଭେଣ୍ଡର କଞ୍ଚାମାଲ ଯୋଗାଣ ନ କରି ମଧ୍ୟ ସରକାରୀ ଅର୍ଥକୁ ସରକାରୀ ବାବୁମାନଙ୍କ ସହଯୋଗରେ ଚଳୁ କରି ଚାଲିଛନ୍ତି। ଯାହାର ନଜିର ଭାପୁର ବ୍ଳକକୁ ନିଆଯାଇପାରେ। ଭାପୁର ବ୍ଳକରେ ଭେଣ୍ଡର ଆକାଉଣ୍ଟ ଖୋଲି ସରକାରୀ ବାବୁଙ୍କ ସହାୟତାରେ ୫୧ କୋଟି ୨୭ ଲକ୍ଷ ଠକେଇ ହୋଇଛି। ଏହି ମହାଦୁର୍ନୀତିର ଖୋଳତାଡ କରି୨୦ ଭେଣ୍ଡରଙ୍କୁ କଳା ତାଲିକା ଭୁକ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଫାଇଲ ଶୀତଳଭଣ୍ଡାରକୁ ଚାଲି ଯାଇଛି। ଭାପୁର ମହାଦୁର୍ନୀତିରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନ ଥିବାରୁ ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ଏମଜିଏନ୍‌ଆରଇଜିଏସ୍‌ କାମରେ ଭେଣ୍ଡରଙ୍କ ଦ୍ୱାରା ଠାକାମୀ ସୀମା ଅତିକ୍ରାନ୍ତ କରିଛି ବୋଲି ଅଭିଯୋଗ ହୋଇଛି। ଏନେଇ ଭାପୁରର ରମେଶ ଜେନା କୁହନ୍ତି ନେତାଙ୍କ ସମର୍ଥନ ନ ଥିଲେ ଏମଜିଏନ୍‌ଆରଇଜିଏସ୍‌ରେ ଭେଣ୍ଡର କାମ ପାଇବେନି। ଏଣୁ କିଛି ହାତଗଣତି ଭେଣ୍ଡର ସବୁବେଳେ କାମ କରୁଛନ୍ତି। ଯେଉଁମାନେ କଳାକୁ ଧଳା କରିବାରେ ସହଯୋଗ କରୁଛନ୍ତି। କଳା ଟଙ୍କାକୁ ଭାଗବାଣ୍ଟି ମିଳିମିଶି ଖାଉଛନ୍ତି।
ଦୂର୍ନୀତି ପାଇଁ ଭାପୁର ଓ ଓଡଗାଁ ବ୍ଲକରେ ପ୍ରତିଯୋଗିତା: ଏମଜିଏନ୍‌ଆରଇଜିଏସ କାମରେ ଦୂର୍ନୀତି ପାଇଁ ଓଡ଼ଗାଁ ଓ ଭାପୁର ବ୍ଳକ ମଧ୍ୟରେ ପ୍ରତିଯୋଗିତା ଚାଲିଛି ବୋଲି ଚର୍ଚ୍ଚା ହେଉଛି। ଏମଜିଏନ୍‌ଆରଇଜିଏସର କାର୍ଯ୍ୟକୁ ତଦନ୍ତ କଲେ ଏହି ଦୁର୍ନୀତି ପଦାକୁ ଆସିବ। ଅନ୍ୟ ବ୍ଲକ ଓ ସହରାଞ୍ଚଳରେ ବି ଠକାମୀ ଚାଲିଛି। ତେବେ ଏମଜିଏନ୍‌ଆରଇଜିଏସରେ ସରକାରୀ ନିୟମକୁ ପୁରାପୁରି ଅଣଦେଖା କରାଯାଉଛି। ୧୦୦ ଟଙ୍କା କାମରେ ୬୦ ଭାଗ ଶ୍ରମିକ ଓ ୪୦ ଭାଗ ମ୍ୟାଟେରିଆଲ ଅର୍ଥାତ କଞ୍ଚାମାଲ ବିନିଯୋଗ ହେବାର ନିୟମ ରହିଛି। ତେବେ ଓଡ଼ଗାଁ ଓ ଭାପୁର ବ୍ଳକରେ ଏହା ଓଲଟା ହୋଇ ଯାଉଛି। ହେଲେ ଧରପଗଡ କରାଯାଉ ନାହିଁ। ଏନେଇ ନୟାଗଡ଼ର ସୁଦାମ ସାହୁ କୁହନ୍ତି, ଏମଜିଏନ୍‌ଆରଇଜିଏସ କାମରେ ଶ୍ରମିକ ବଦଳରେ ଯନ୍ତ୍ର କାମ କରୁଛି। ଯନ୍ତ୍ର କାମ କରିବା ନେଇ ସରକାରୀ ଦଳ ଠାରୁ ଆରମ୍ଭ କରି ବିରୋଧି ଦଳ ସମସ୍ତେ ଜାଣନ୍ତି। ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲେ ଅଭିଯୋଗ ପ୍ରମାଣ କରିବାକୁ ସୁଯୋଗ ଦିଆଯାଏନି। ବିଭିନ୍ନ ଆଳ ଦେଖାଇ କ୍ଲିନ ଚିଟ୍‌ ମିଳେ। ସେହିଭଳି ଶ୍ରମିକ ଓ କଞ୍ଚାମାଲର ପ୍ରତିଶତରେ ଯେଉଁ ଅନିୟମିତତା କରାଯାଉଛି ତାକୁ ମଧ୍ୟ ବାବୁଙ୍କ ସହଯୋଗରେ ଚାପି ଦିଆଯାଉଛି। ଲୋକ ପ୍ରତିନିଧିଙ୍କ ସମର୍ଥନ ରହୁଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇ ପାରୁ ନାହିଁ ବୋଲି କହିଛନ୍ତି।
ଜିଲା ପରିଷଦ ସଦସ୍ୟଙ୍କୁ ତଥ୍ୟ ମିଳୁନି : ଜିଲାରେ କେତେଜଣ ଭେଣ୍ଡର ଅଛନ୍ତି। ଏମଜିଏନ୍‌ଆରଇଜିଏସରେ ଭେଣ୍ଡର କାମ କରିବାଠାରୁ କେଉଁ ଭେଣ୍ଡର କେତେ କାମ ପାଇଛନ୍ତି। କିଛି ନିଦ୍ଦିଷ୍ଟ ବର୍ଗର ଭେଣ୍ଡରଙ୍କୁ କାହିଁକି ଅନୁକମ୍ପା ପ୍ରଦର୍ଶନ ଦେଖା ଯାଇ କାମ ଦିଆଯାଉଛି ଏପରି ପ୍ରଶ୍ନ ବିଭିନ୍ନ ସମୟରେ ଜିଲା ପରିଷଦ ବୈଠକରେ ଉଠୁଛି। ବିଭାଗୀୟ ଅଧିକାରୀ ଏହାର ତଥ୍ୟ ଦେବାକୁ ଗୃହରେ କହୁଛନ୍ତି। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଉ ନ ଥିବାରୁ ଗୃହରେ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏନେଇ ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥୀ କୁହନ୍ତି ବିଭିନ୍ନ ସମୟରେ ଜିଲା ପରିଷଦ ବୈଠକରେ ଭେଣ୍ଡର ସମ୍ପର୍କରେ ତଥ୍ୟ ମଗା ଯାଉଛି। ତେବେ ତଥ୍ୟ ଦିଆଯାଉଛି କହି ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଦଶପଲ୍ଲାର ଗଙ୍ଗାଧର ନାୟକ କୁହନ୍ତି, ଜଣେ ଜିଲା ପରିଷଦ ସଭ୍ୟ ତଥ୍ୟ ମାଗିଲେ ପ୍ରଶାସନ ଦେଉନି। ସାଧାରଣ ଲୋକ ତଥ୍ୟ ମାଗିଲେ କ’ଣ ମିଳିବ। ବିକାଶ ନାଁ ରେ ଏମଜିଏନ୍‌ଆରଇଜିଏସରେ ଦୁର୍ନୀତି ଚାଲିଥିବା ସ୍ପଷ୍ଟ ହୋଇ ଯାଉଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ସେ କହିଥିଲେ। ଏନେଇ ଜିଲା ପରିଷଦର ନିର୍ବାହୀ ଅଧିକାରୀ ସୂଚାରୁ ବଳ କୁହନ୍ତି, ଏମଜିଏନ୍‌ଆରଇଜିଏସ କାମରେ ଭେଣ୍ଡରଙ୍କ ନେଇ କିଛି ଅଭିଯୋଗ ଥିଲେ ଅଭିଯୋଗ ଶୁଣାଣୀ, ଗ୍ରାମସଭାରେ ଅଭିଯୋଗ କରାଯାଇ ପାରିବ। କେଉଁ ଭେଣ୍ଡର କ’ଣ ଅନିୟମିତତା କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ଏନେଇ ଅଭିଯୋଗ ଶୁଣାଣୀ, ଗ୍ରାମସଭାରେ ଅଭିଯୋଗ କରିବା ହେଉଛି ପ୍ରକୃତ ଫୋରମ। ନଚେତ୍‌ ସେମାନେ ଏହି ଦୁର୍ନୀତିରୁ ଖସି ଯିବାକୁୁ ସକ୍ଷମ ହେବେ। ପୁଣି ବିଭିନ୍ନ ସମୟରେ ଅଭିଯୋଗ ଶୁଣାଣୀରୁ କିଛି ଅନିୟମିତା ଧରାପଡିବା ପରେ କାର୍ଯ୍ୟାନୁଷ୍ଠାନ ହେଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମରେ ମହିଳା ବିଚାରପତିଙ୍କୁ ଧମକ

ନୂଆଦିଲ୍ଲୀ, ୨୧।୪:ଦିଲ୍ଲୀର ଏକ ଅଦାଲତର କୋର୍ଟରୁମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଓକିଲ ସର୍ବ ସମ୍ମୁଖରେ ମହିଳା ବିଚାରପତିଙ୍କୁ ଧମକ ଦେବା...

ପିଅନ ନିଯୁକ୍ତି ପାଇଁ ଆବେଦନ କରିଛନ୍ତି ପିଏଚ୍‌.ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୧।୪:ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ହୋଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କନିଷ୍ଠ ଯନ୍ତ୍ରୀଙ୍କୁ ଛାଡୁନି ଚୌକି ମୋହ: ବଦଳି ଆଦେଶକୁ ବେଖାତିର୍‌

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ବିଭାଗର ସରକାରୀ କାର୍ଯ୍ୟାଳୟରେ ଅନେକ ଅଧିକାରୀ, କର୍ମଚାରୀ ଦୀର୍ଘବର୍ଷ ଧରି ଅବସ୍ଥାପିତ ରହିଛି। ସମ୍ପୃକ୍ତ କାର୍ଯ୍ୟାଳୟରେ ସେମାନଙ୍କ ଚୌକି...

ଆନ୍ଧ୍ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ଗୁହାରି ଜଣାଇଲେ କୋଟିଆ ପଞ୍ଚାୟତର ତିନି ଗ୍ରାମବାସୀ: ଆମକୁ ପରିଚୟ ଦିଅନ୍ତୁ

ପଟ୍ଟାଙ୍ଗୀ,୨୧।୦୪(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ପୁଣି ଦେଖା ଦେଇଛି ସଙ୍ଗିନୀ ପରିସ୍ଥିତି। ସୂଚନା ମୁତାବକ ଉକ୍ତ...

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ପରିବାରକୁ ମିସ୍‌ କରୁଛନ୍ତି ତହଉର: NIA ସ୍ବତନ୍ତ୍ର କୋର୍ଟରେ ଆବେଦନ

ମୁମ୍ବାଇ,୨୧।୪: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ତହଉର ରାଣା ଭାରତ ଆସିବା ପରେ ତାଙ୍କ ପରିବାରକୁ ମିସ କରିବା ଆରମ୍ଭ କରିଛି। ସେ ତାଙ୍କ ପରିବାର...

ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image