ମୁମ୍ବାଇ: ସାଧାରଣତଃ ସମସ୍ତେ ଜାଣନ୍ତି ଜେଲ୍ରେ ରହିବା ବହୁତ କଷ୍ଟ। ଖାଇବା ପିଇବା ଠିକ୍ରେ ମିଳି ନ ଥାଏ। ମାତ୍ର ଏମିତି ଏକ ଜେଲ୍, ଯେଉଁଠି ରେଷ୍ଟୁରାଣ୍ଟ ପରି ସୁନ୍ଦର ସୁନ୍ଦର ବ୍ୟଞ୍ଜନ ମିଳିବ। ଚିକେନ ଭାତ ସହ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ଏହି ଜେଲ୍ର କଏଦୀମାନଙ୍କୁ ମିଳିବ। ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଜେଲ୍ର ଅତିରିକ୍ତ ମହାସଂଚାଳକ ସୁନିଲ ରାମାନନ୍ଦ।
ସେ କହିଛନ୍ତି, ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ ବହୁ କୋଠା ବିଶିଷ୍ଟ ହେବା ପାଇଁ ପ୍ରସ୍ତାବ ରହିଛି। ସେ କହିଛନ୍ତି, ଜେଲ୍ରେ ଥିବା କଏଦୀମାନଙ୍କୁ ସୁନ୍ଦର ତଥା ସ୍ବାଦିଷ୍ଟ ଭୋଜନ ମିଳିବ। ଏଥିପ୍ରତି ପୂରା ଧ୍ୟାନ ଦିଆଯାଉଛି। ଏହି କାରଣରୁ ଜେଲ୍ରେ ପାରୋଲରେ ଯିବା ପାଇଁ ୫୩ କଏଦୀ ଇଚ୍ଛା କରୁନାହାନ୍ତି। ଏହି କଏଦୀଙ୍କ କହିବା କଥା, ପରିବାର ଲୋକଙ୍କଠାରୁ ଜେଲ୍ ପ୍ରଶାସନ ତାଙ୍କ ପ୍ରତି ବହୁତ ଧ୍ୟାନ ରଖୁଛନ୍ତି। ତେଣୁ ଘରକୁ ଯିବାକୁ ଇଚ୍ଛା ନାହିଁ।