ରାଷ୍ଟ୍ରପତିଙ୍କ ଘରୁ ଖାଲି ହାତରେ ଫେରିଲା ଏଫବିଆଇ

ୱାଶିଂଟନ,୨ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘରେ ଗୋପନୀୟ କାଗଜପତ୍ରକୁ ନେଇ ବୁଧବାର ସଂଘୀୟ ଯାଞ୍ଚ ବ୍ୟୁରୋ(ଏଫବିଆଇ) ବୁଧବାର ପୁଣିଥରେ ଯାଞ୍ଚ କରିଥିଲେ । ହେଲେ ଏଥର ଏଫବିଆଇକୁ ବାଇଡେନଙ୍କ ଘରୁ ଖାଲି ହାତରେ ଫେରିବାକୁ ପଡିଥିଲା । ରାଷ୍ଟ୍ରପତିଙ୍କ ଓକିଲଙ୍କ ସୂଚନା ଅନୁଯାୟୀ, ସିଏନଏନ କହିଛି କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେଲାଭେୟରର ରେହାଁବୋଥ ବିଚରେ ଥିବା ଘରେ ଯାଞ୍ଚ କରାଯାଇଥିବା ବେଳେ ସେଠାରୁ କୌଣସି ଗୋପନୀୟ କାଗଜପତ୍ର ମିଳିନାହିଁ ।
ବାଇଡେନଙ୍କ ଓକିଲ ବବ ବାଉର କହିଛନ୍ତି, ଏଫବିଆଇ ହାତଲେଖା ନୋଟ ନିଜ ସହ ନେଇଯାଇଛି । ବାଉର କହିଛନ୍ତି, ଆମେରିକା ଆଇନ ବିଭାଗ ଦ୍ୱାରା ରାଷ୍ଟ୍ରପତିଙ୍କ ରେହାଁବୋଥ ଘରେ ଯୋଜନାବଦ୍ଧ ଭାବେ ଯାଞ୍ଚ ରାଷ୍ଟ୍ରପତିଙ୍କ ଓକିଲଙ୍କ ସମନ୍ୱୟ ଓ ସହଯୋଗରେ ସମ୍ପନ୍ନ ହୋଇଛି । ସେ କହିଛନ୍ତି, ଯାଞ୍ଚ ସକାଳ ୮ଟା ୩୦ରୁ ଦ୍ୱିପ୍ରହର ପର୍ଯ୍ୟନ୍ତ ହୋଇଥିଲା ।

Share