ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ ଏଫ୍‌ବିଆଇ ଟିମ୍‌ ଖୋଜାଖୋଜି କରିଛି। ଯାଞ୍ଚ୍‌ବେଳେ ବାଇଡେନ ସେଠାରେ ନ ଥିଲେ। ତଦନ୍ତରେ ସହଯୋଗ କରିବାକୁ ସେ ପ୍ରତିଶୃତି ଦେଇଛନ୍ତି।
ଡେଲାୱେରରେ, ଜାନୁଆରୀ ଶେଷ ସପ୍ତାହରେ ଏଫ୍‌ବିଆଇ ବାଇଡେନଙ୍କ ବାସଭବନରେ ଖୋଜାଖୋଜି କରିଥିଲା। ସେତେବେଳେ ଏଫ୍‌ବିଆଇ ସେଠାରୁ ୬ଟି ଗୁପ୍ତ ଡକ୍ୟୁମେଣ୍ଟ ଜବତ କରିଥିଲା। ଏହା ସହିତ ବାଇଡେନଙ୍‌କ କିଛି ହସ୍ତଲେଖା ନୋଟ ମଧ୍ୟ ଧରାପଡିଥିଲା।

Share