ଭାରତ-କାନାଡା କୂଟନୈତିକ ବିବାଦ: ଶିଖ୍‌ ନେତାଙ୍କୁ ସତର୍କ କରାଇଲା ଏଫବିଆଇ

ଓ୍ବାଶିଂଟନ୍‌,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। କିଛି ଦିନ ପୂର୍ବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିବାରେ ଲାଗିଛି।

ତେବେ ଏହାରି ଭିତରେ ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଏଫବିଆଇ(ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) ଆମେରିକାରେ ଥିବା ଅନେକ ଶିଖ ନେତାଙ୍କୁ ଭେଟି ସେମାନଙ୍କ ଜୀବନ ବିପଦରେ ଥିବା ସତର୍କ କରାଇଛି।

ଆମେରିକୀୟ ଶିଖ କମିଟିର ସଂଯୋଜକ ତଥା ରାଜନୈତିକ କାର୍ଯ୍ୟକର୍ତ୍ତା ପ୍ରୀତପାଲ ସିଂ କହିଛନ୍ତି, ଏଫବିଆଇ ଅଧିକାରୀ ତାଙ୍କୁ ଅନ୍ୟ ଦୁଇ ଆମେରିକୀୟ ଶିଖଙ୍କ ସହ ସାକ୍ଷାତ କରିଥିଲେ। କାଲିଫର୍ଣ୍ଣିଆର ଏକ ଅଣ-ଲାଭ ଗୋଷ୍ଠୀର ଇନ୍ସାଫର ସହ-ନିର୍ଦ୍ଦେଶକ ସୁଖମାନ ଧାମି କହିଛନ୍ତି ଯେ ଆମେରିକାର ଶିଖମାନଙ୍କ ଉପରେ ସମ୍ଭାବ୍ୟ ବିପଦ ଥିବା ନେଇ ପୋଲିସ ସତର୍କ କରାଇଛି।

Share