ଓ୍ବାଶିଂଟନ,୧୦।୧୦: ଆମେରିକାର ସର୍ବୋଚ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏଫ୍ବିଆଇ ଚେତାବନୀ ଦେଇଛି ଯେ, ଆମେରିକାର ନାଗରିକଙ୍କ ଜୀବନ ପ୍ରତି କିଛି ବି ସମ୍ଭାବ୍ୟ ବିପଦର ଯାଞ୍ଚ ଏଫ୍ବିଆଇ କରିବ ଏବଂ ଆମେରିକାର ନାଗରିକଙ୍କୁ ବଞ୍ଚାଇବା ପାଇଁ କୌଣସି କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ। ଏଫ୍ବିଆଇର ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏକ ପୋଷ୍ଟରେ ଏଫ୍ବିଆଇ ଏହା କହିଛି।
ଏଫ୍ବିଆଇ ଲେଖିଛି ଯେ, ଏ ପର୍ଯ୍ୟନ୍ତ ସେମାନେ କୌଣସି ସୂଚନା ପାଇ ନାହାଁନ୍ତି ଯାହା ଆମେରିକାର ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି, କିନ୍ତୁ ଇସ୍ରାଏଲ ଉପରେ ହମାସ ଆକ୍ରମଣ ଏବଂ ପରବର୍ତ୍ତୀ ପରିସ୍ଥିତି ଉପରେ ସେମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ସୂଚନା ପାଇବା ପରେ ତାହାକୁ ତୁରନ୍ତ ରାଜ୍ୟ ସରକାର, ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି ଏବଂ ଅନ୍ତର୍ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ସହିତ ସାମିଲ କରାଯିବ। ଏଫ୍ବିଆଇ ଲେଖିଛି ଯେ ଆମେ କଠୋର ଆଭିମୁଖ୍ୟ ଗ୍ରହଣ କରିବାରେ ଆଦୌ ଦ୍ୱିଧା କରିବୁ ନାହିଁ ଏବଂ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବୁ।