୨୬୬ ଲକ୍ଷ ମେଟ୍ରିକ ଟନ୍‌ ରବି ଗହମ କିଣିଛି ଏଫ୍‌ସିଆଇ

ଭୁବନେଶ୍ୱର,୪।୭(ଅନୁରାଧା ମହାରଣା): ଚଳିତ ରବିଋତୁରେ ଫୁଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏଫ୍‌ସିଆଇ) ୨୬୬ ଲକ୍ଷ ମେଟ୍ରିକ ଟନ୍‌ (ଏଲ୍‌ଏମ୍‌ଟି) ଗହମ କିଣିଛି। ୨୦୨୩-୨୪ରେ ଏହି ପରିମାଣ ୨୬୨ ଏଲ୍‌ଏମ୍‌ଟି ଥିବାବେଳେ ୨୦୨୨-୨୩ରେ ଏହି ପରିମାଣ ୧୮୮ ଏଲ୍‌ଏମ୍‌ଟି ରହିଥିଲା। ଆର୍‌ଏମ୍‌ଏସ୍‌ ୨୦୨୪-୨୫ରେ ଗହମ କ୍ରୟ ଦ୍ୱାରା ୨୨ ଲକ୍ଷରୁ ଅଧିକ ଭାରତୀୟ କୃଷକ ଉପକୃତ ହୋଇଥିବା କେନ୍ଦ୍ର ଖାଉଟି ବ୍ୟାପାର ଓ ଯୋଗାଣ ମନ୍ତ୍ରଣାଳୟ କହିଛି। ପ୍ରାୟ ୬୧ ଲକ୍ଷ କୋଟି ଟଙ୍କା ସର୍ବନିମ୍ନ ସହାୟତା ମୂଲ୍ୟ (ଏମ୍‌ଏସ୍‌ପି)ରେ ଗହମ କିଣିବା ପରେ ଏହି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୬୧ ଲକ୍ଷ କୋଟି ଟଙ୍କା ଜମା କରାଯାଇଥିବା ବିଭାଗ ସୂଚନା ଦେଇଛି। ଆର୍‌ଏମ୍‌ଏସ୍‌ ଅଧୀନରେ ଗହମ କ୍ରୟ ସାଧାରଣତଃ ପ୍ରତିବର୍ଷ ୧ ଏପ୍ରିଲରୁ ଆରମ୍ଭ ହୁଏ। ୨୦୨୩-୨୪ରେ ଉତ୍ତରପ୍ରଦେଶ ୨.୨୦ ଏଲ୍‌ଏମ୍‌ଟି ଗହମ କ୍ରୟ କରିଥିବାବେଳେ ଚଳିତବର୍ଷ ଏହି ପରିମାଣ ୯.୩୧ ଏଲ୍‌ଏମ୍‌ଟିକୁ ବୃଦ୍ଧି ପାଇଛି। ସେହିପରି ରାଜସ୍ତାନ ଗତବର୍ଷ ୪.୩୮ ଏଲ୍‌ଏମ୍‌ଟି ଗହମ କ୍ରୟ କରିଥିବାବେଳେ ଚଳିତ ବର୍ଷ ଏହି ପରିମାଣ ୧୨.୦୬ କ୍ରୟ କରିଛି। ପର୍ଯ୍ୟାପ୍ତ ପରିମାଣର ଗହମ କ୍ରୟ ଏଫ୍‌ସିଆଇକୁ ପବ୍ଲିକ ବିତରଣ ସିଷ୍ଟମ (ପିଡିଏସ୍‌)ରେ ଖାଦ୍ୟ ଶସ୍ୟର କ୍ରମାଗତ ପ୍ରବାହ ନିଶ୍ଚିତ କରିବାରେ ସାହାଯ୍ୟ କରିଛି। ପିଏମଜିକେଏଓ୍ବାଇ ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଅଧୀନରେ ପ୍ରାୟ ୧୮୪ଏଲଏମଟି ଗହମର ବାର୍ଷିକ ଆବଶ୍ୟକତା ପୂରଣ କରିବାରେ ଏହି ସମଗ୍ର କ୍ରୟ ପ୍ରକ୍ରିୟା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ବିଭାଗ ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଏହିଦିନ ଉପସ୍ଥାପନ ହେବ କେନ୍ଦ୍ର ବଜେଟ, କିରେନ ରିଜିଜୁ କଲେ ଘୋଷଣା

ନୂଆଦିଲ୍ଲୀ,୬।୭: କେନ୍ଦ୍ର ବଜେଟ ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଶନିବାର ତାରିଖ ଘୋଷଣା କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି...

ଏନ୍‌ଏମ୍‌ଡିସି ପରିଦର୍ଶନକଲେ କେନ୍ଦ୍ର ଇସ୍ପାତ ସଚିବ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଦେଶର ପ୍ରମୁଖ କେନ୍ଦ୍ରୀୟ ସଂସ୍ଥା ତଥା ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ(ଏନ୍‌ଏମ୍‌ଡିସି) ଲିମିଟେଡ୍‌ର ହାଇଦ୍ରାବାଦର ପାଟନଚେରୁସ୍ଥିତ ନ୍ୟୁ ଷ୍ଟେଟ୍‌ ଅଫ୍‌ ଆର୍ଟ...

୨୦୩୧-୩୨ସୁଦ୍ଧା ୩୮୪ଜିଡ଼ବ୍ଲ୍ୟୁ ଶକ୍ତି ଚାହିଦା ଆକଳନ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଓଡ଼ିଶା ଶଖା ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉସତ୍ର ସୁଚିନ୍ତିତ ତଥା...

ବଜାରରେ ବଜାଜ୍‌ର ଫ୍ରିଡମ୍‌୧୨୫

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ବାଇକ୍‌ ‘ଫ୍ରିଡମ...

ଇସ୍‌ରାଏର ଚାର୍ଟରିଂ ସେରିମନି

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ହିଟିଂ, ରେଫ୍ରିଜରେଟିଂ ଆଣ୍ଡ ଏୟାର କଣ୍ଡିସ୍‌ନିଂ ଇଞ୍ଜିନିୟର୍ସ (ଆଇଏସ୍‌ଏଚ୍‌ଏଆର୍‌ଏଇ ବା ଇସ୍‌ରାଏ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ...

ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ମନ୍‌ସୁନ୍‌ ସେଲ୍‌

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପୂର୍ବ ଭାରତର ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ବହୁ ପ୍ରତୀକ୍ଷିତ ଅଫର ‘ମନ୍‌ସୁନ୍‌...

ବ୍ୟବସାୟ ସମ୍ପ୍ରସାରଣକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲେରି ପକ୍ଷରୁ ଭୁବନେଶ୍ୱରଠାରେ ଏକ ଦିନିକିଆ ଗ୍ରାହକ ସମ୍ମିଳନୀ (ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ...

ମାଲାବାରରେ ମାଇନ ଡାଇମଣ୍ଡ ଶୋ

ଭୁବନେଶ୍ୱର ,୬।୭ (ଅଭୟ ଦାଶ): ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡର ବହୁ ପ୍ରତୀକ୍ଷିତ ‘ଡାଇମଣ୍ଡ ’ ଶୋ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri