ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ୧୫% ବଢିଛି। ଏହି ଅବଧିରେ ମରିସସ୍ ଏଫ୍ଡିଆଇ ୪ର୍ଥ ସ୍ଥାନରେ ରହିଛି। ଆମେରିକା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟାକ୍ସ ହେଭେନ କେମେନ ଦ୍ୱୀପରୁ ଭାରତରେ ସର୍ବାଧିକ ଏଫ୍ଡିଆଇ ନିବେଶ ହୋଇଛି। ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃବାଣିଜ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ଡାଟା ମୁତାବକ ଏପ୍ରିଲ-ସେପ୍ଟେମ୍ବରରେ ଭାରତକୁ ୩୦ ବିଲିୟନ ଡଲାରର ଏଫ୍ଡିଆଇ ଆସିଛି। ଏହା ଗତ ଆର୍ଥତ୍କ ବର୍ଷ ସମାନ ସମୟରେ ୨୬ ବିଲିୟନ ଡଲାର ରହିଥିଲା। ୧୦ କ୍ଷେତ୍ର ମଧ୍ୟରୁ ପ୍ରାୟ ୧୭.୫ ବିଲିୟନ ଡଲାର କମ୍ପ୍ୟୁଟର ସଫ୍ଟଓ୍ବେର ଏବଂ ହାର୍ଡଓ୍ବେର କ୍ଷେତ୍ରରେ ନିବେଶ ହୋଇଛି। ଗୁଜରାଟ ନିବେଶକଙ୍କର ପ୍ରଥମ ପସନ୍ଦ ହୋଇଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନକୁ ଖସିଛି।