ଭୟଙ୍କର ସ୍ବପ୍ନ ଦେଖିବା ପରେ ଲାଗେ ଡର, ରକ୍ଷା ପାଇବା ପାଇଁ ଉପାୟ…

ନିଦରେ ସ୍ବପ୍ନ ଦେଖିବା ସାଧାରଣ କଥା। କିନ୍ତୁ ବେଳେବେଳେ ନିଦରେ ଏମିତି କିଛି ସ୍ବପ୍ନ ଦେଖିଥାଉ, ଯାହା ଖୁବ୍‌ ଭୟଙ୍କର ହୋଇଥାଏ। ନିଦ ଭାଙ୍ଗିଲା ପରେ ବି ଡର ଡର ଲାଗେ। ଏମିତି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ସ୍ବପ୍ନଶାସ୍ତ୍ରରେ କିଛିଟା ଉପାୟ ରହିଛି। ଯେମିତିକି- ରାତିରେ ଶୋଇବା ସମୟରେ ଶେଯ ନିକଟରେ ତମ୍ବାପାତ୍ର ହେଉ ଅବା ତମ୍ବାର କୌଣସି ଶୋ’ ପିସ୍‌ ରଖିଲେ ଦୁଃସ୍ବପ୍ନ ଆସେ ନାହିଁ ବୋଲି ବିଶ୍ୱାସ ରହିଛି। ତେବେ ଧ୍ୟାନ ଦେବେ ତମ୍ବାପାତ୍ର ଶୁଖିଲା ହୋଇଥିବା ଦରକାର। ସେଥିରେ ଆଦୌ ପାଣି ରଖିବେ ନାହିଁ। ସେହିପରି ଯଦି ଛୋଟପିଲା ବି ରାତିରେ ଶୋଇଲାବେଳେ ଡରୁଥାନ୍ତି, ତା’ହେଲେ ତାଙ୍କ ବେକରେ ହେଉ ଅବା ଅଣ୍ଟାରେ ତମ୍ବା ପଇସା ବାନ୍ଧିଲେ ଅନେକ ଉପକାର ମିଳେ। ଅନ୍ୟପକ୍ଷେ ଶେଯ ନିକଟରେ ସେରାମିକ୍‌ର ଶୋ’ ପିସ୍‌ ହେଉ ଅବା ଜେମ୍ସ ଟ୍ରି ରଖିଲେ ଅଥବା କପଡ଼ାରେ ଛୋଟ ଖଣ୍ଡେ ଫିଟିକିରି ଗୁଡ଼ାଇ ରଖିଲେ ମଧ୍ୟ ଖରାପ ସ୍ବପ୍ନ ଦେଖିବା କିମ୍ବା ଶୋଇଲାବେଳେ ଡରିବା ଧୀରେ ଧୀରେ କମିଯାଏ ବୋଲି ମାନ୍ୟତା ରହିଛି। ଏହାସବୁ କେବଳ ଲୋକବିଶ୍ୱାସର କଥା।