ପୁରୀ ଅଫିସ,୨୨।୫: ପୁରୀରେ ଶନିବାର ପୁଣି ମହାରଣା ଓ ଜଣେ ଭୋଇ ସେବକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ରଥକାମ କରୁ ନ ଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହାକୁ ମିଶାଇ ୨୦ ଜଣ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ୧୦ ଜଣଙ୍କ ମଧ୍ୟରୁ (୯ ଜଣ ମହାରଣା ଓ ଜଣେ ଭୋଇ ସେବକ) ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଦିନ ୮ ଜଣ ମଧ୍ୟରୁ (୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ) ପଜିଟିଭ ଚିହ୍ନଟ ହୋଇଥିଲେ। ଅନ୍ୟପକ୍ଷରେ ରଥଖଳାରୁ କରୋନା ସଂକ୍ରମିତ ଚିହ୍ନଟ ପରେ ଏହାକୁ ବାୟୋ ବବଲ ସୁରକ୍ଷା ବଳୟ ଭିତରେ ରଖାଯାଇଛି। ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ବ୍ୟତୀତ ଆଉ କେହି ରଥଖଳା ମଧ୍ୟକୁ ଯାଇପାରିବେ ନାହିଁ।