ଇମ୍ରାନ୍‌ଙ୍କ ମନରେ ଭୟ: ଅନ୍ନଦାତାଙ୍କ ଆନ୍ଦୋଳନରୁ ଧ୍ୟାନ ହଟାଇବା ଲାଗି ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରନ୍ତି ମୋଦି

ଇସଲାମାବାଦ୍‌,୧୦।୧୨: କୃଷି ଆଇନକୁ ନେଇ ଭାରତବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ତେବେ ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମନରେ ଭୟ ସୃଷ୍ଟି ହୋଇଛି। ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଇମ୍ରାନ୍‌ ଚିନ୍ତା କରୁଛନ୍ତି। ୨୦୧୯ରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫେବୃୟାରୀରେ ଭାରତ ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ପରେ ପରେ ଭାରତରେ ଲୋକ ସଭା ନିର୍ବାଚନ ଥିଲା। ମୋଦି ପାକିସ୍ତାନ ଉପରେ କୌଣସି ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ଥିବା ପାକିସ୍ତାନ ଗଣମାଧ୍ୟମ ସଂସ୍ଥା ଜିଓ ନ୍ୟୁଜ୍‌ ପକ୍ଷରୁ କୁହାଯାଇଛି। ସମସ୍ୟାରେ ପଡ଼ିଲେ ଭାରତ ସରକାର ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରୁଥିବା ଏହି ସଂସ୍ଥା କହିିଛି। ଅନ୍ନଦାତାଙ୍କ ଆନ୍ଦୋଳନ ସପକ୍ଷରେ ପାକିସ୍ତାନୀ ନେତା ଟୁଇଟ୍‌ କରୁଥିବାରୁ ଏହି ସମ୍ଭାବନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଏଲ୍‌ଓସିରେ ଭାରତ ପକ୍ଷରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ସୈନ୍ୟଙ୍କ ପାଇଁ ଆଲର୍ଟ ଜାରି କରାଯାଇଥିବା ଜିଓ ନ୍ୟୁଜ୍‌ କହିଛି।

Share