କରୋନା ଟିକା ନେଲେ ନପୁଂସକ ହେବା ଭୟ: ଟିକାକେନ୍ଦ୍ର ପଡ଼ିଛି ଖାଲି..

ମୁମ୍ବାଇ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ କେତେକ ରାଜ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସଫଳ ହୋଇ ପାରୁନାହିଁ। ମହାରାଷ୍ଟ୍ରର ଧାନେରା ତହସିଲ୍‌ର ଗଦଚିରୋଲି ଗାଁରେ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଗାଁରେ ୪୫ରୁ ବର୍ଷରୁ ଅଧିକ ବୟସ୍କ ମାତ୍ର ୪୦ ଜଣ ଟିକା ନେଇଛନ୍ତି। ଟିକା ନେଲେ ମରିଯିବାର ଭୟ ସେମାନଙ୍କୁ ଘାରିଛି। ସେହିପରି ୧୮ ବର୍ଷରୁ ଅଧିକ ବୟସ୍କ ଟିକା ନେଲେ ସେମାନେ ନପୁଂସକ ହୋଇଯିବେ ବୋଲି ଗାଁ ଲୋକଙ୍କ ମଧ୍ୟରେ ଧାରଣା ଉପୁଜିଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ଉଦ୍ୟମ ଜାରି ରହିଥିବା ସ୍ଥାନୀୟ ଆୟୂଷ କାର୍ଯ୍ୟକର୍ତ୍ତା ସଦାଶିବ ମନ୍ଦାଓ୍ବର ପ୍ରକାଶ କରିଛନ୍ତି।

Share