CORONAVIRUS UPDATE: ବଢୁଛି କରୋନା ଭୟ, ରାଜ୍ୟରେ ଦିନକରେ ୫୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ମଧ୍ୟରୁ ୪୨୫ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୧ ଏବଂ ରାୟଗଡ଼ାରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି। ସେହପରି ବରଗଡ଼ରୁ ୨୧, ବଲାଙ୍ଗୀର ୧୯, ଢେଙ୍କାନାଳ ୩, ଭଦ୍ରକ ୧, ଜଗତସିଂହପୁର ୬, ଯାଜପୁର ୩, ଝାରସୁଗୁଡ଼ା ୨, କଳାହାଣ୍ଡି ୫, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୬, ଖୋର୍ଦ୍ଧା ୨୬, କୋରାପୁଟ ୪, ମୟୂରଭଞ୍ଜ ୧୦, ପୁରୀ ୧, ସମ୍ବଲପୁର ୮, ସୁନ୍ଦରଗଡ଼ରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଏନ୍‌ଡିଆରଏଫ୍‌ର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬ରେ ପହଞ୍ଚିଥିବା ବେଳେ ୫,୫୦୨ ଜଣ ସୁସ୍ଥ ହୋଇଛନ୍ତି। ୨,୫୬୭ ଚିକିତ୍ସାଧୀନ। ୨୭ ଜଣଙ୍କ ମୃତ୍ୟୁ ଘଟିଛି।

Share