ଦୁର୍ନୀତି ପଦାରେ ପଡ଼ିବା ଭୟ

ନୂଆଗାଁ,୭।୧୨(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଥିବା ଆଶ୍ରମ ସ୍କୁଲରେ ଅନେକ ଦୁର୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ସ୍କୁଲକୁ ଯାଇ ସତ୍ୟାସତ୍ୟ ଜାଣିବା ପରେ ଖବର ପ୍ରକାଶ କରୁଛନ୍ତି । ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ୨ ଆଶ୍ରମ ସ୍କୁଲର ୩ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଅନ୍ୟ କେତେଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ତେବେ ସ୍କୁଲର ଏପରି ଦୁର୍ନୀତି ଅଧିକାରୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏହାକୁ ଭିତ୍ତିକରି ଗୋହିରିବାଦୁ ଆଶ୍ରମ ସ୍କୁଲ ଭିତରକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନ ଛାଡିବାକୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ା
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରମାନେ ହଷ୍ଟେଲରେ ରହି ପାଠ ପଢିବା ପାଇଁ ଆନୁସଙ୍ଗିକ ସମସ୍ତ ସୁବିଧା ମାଗଣାରେ ସରକାର ଯୋଗାଇ ଦେଉଛନ୍ତି। ହେଲେ ସେସବୁ ସୁବିଧାସୁଯୋଗ ଛାତ୍ରୀଛାତ୍ରମାନେ ଯେତିକି ପାଉଛନ୍ତି ତା’ଠାରୁ ଅଧିକ ଲାଭବାନ୍‌ ହେଉଛନ୍ତି ଆଶ୍ରମ ସ୍କୁଲ ଶିକ୍ଷକ ଓ ବିଭାଗୀୟ ଅଧିକାରୀ । ହଷ୍ଟେଲ ଶୌଚାଳୟରେ ଫିନାଇଲ ପକାଇବାଠାରୁ ଆରମ୍ଭ କରି ଛାତ୍ରୀଛାତ୍ରମାନଙ୍କ ଖାଦ୍ୟ ପର୍ଯ୍ୟନ୍ତ ସବୁଥିରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ତେବେ ସେସବୁ ଅଭିଯୋଗକୁ ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ସେମାନଙ୍କୁ ସୁରକ୍ଷା ଦିଆଯାଉଛି। ଅଧିକାଂଶ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍କୁଲକୁ ଯାଇ ବିଭିନ୍ନ ସମସ୍ୟା ଓ ଅନିୟମିତତା ସଂକ୍ରାନ୍ତରେ ଖବର ପ୍ରକାଶ କରୁଥିଲେ । ଏପରି କି ଖବର ପ୍ରକାଶ ପରେ ଡିମିରିପଲି ହାଇସ୍କୁଲର ୨ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଗୋହିରିବାଦୁ ଆଶ୍ରମ ସ୍କୁଲ ଛାତ୍ରୀ ହଷ୍ଟେଲରୁ ଖଟ ସମେତ ଅନ୍ୟାନ୍ୟ ସାମଗ୍ରୀ ନିଜ ଘରକୁ ନେବା ଓ ଛାତ୍ରୀମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଘଟଣାରେ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ା ଏପରି ଘଟଣାକୁ ବିଭାଗୀୟ ଅଧିକାରୀ ଘଣ୍ଟ ଘୋଡାଇବା ଯାଇ ଖବର ପ୍ରକାଶ ନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଗିଦ୍‌ କରିଥିଲେ। ଅନ୍ୟପକ୍ଷେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିବା ଗୋହିରିବାଦୁ ସ୍କୁଲ ପ୍ରଧାନଶିକ୍ଷକ ସୁଧୀର ମହଲ କହିଛନ୍ତି ା ଗୋହିରିବାଦୁ ଆଶ୍ରମ ସ୍କୁଲରେ ନିମ୍ନମାନର ଖାଦ୍ୟ ଦେବା ସହ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଜାତିଆଣ ଭେଦଭାବ ସୃଷ୍ଟି କରାଯାଉଥିବା ନେଇ ସ୍କୁଲର ଛାତ୍ରୀଛାତ୍ରମାନେ ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ବିଡିଓ ସଚ୍ଚିଦାନନ୍ଦ ମିଶ୍ର ଓ ଡବ୍ଲ୍ୟୁଇଓ ଦାୟିତ୍ୱରେ ଥିବା ଜିପିଓ ସାଧୁଚରଣ ସାହୁଙ୍କୁ ଅଭିଯୋଗ କରିଥିଲେ। ସ୍କୁଲ ଛୁଟି ପୂର୍ବରୁ ଓ ପରେ କାର୍ଯ୍ୟ ଦିବସରେ ଅନୁପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇ ଖାଦ୍ୟ ଅନୁଦାନ ହଡପ ହେଉଛି । ଶିକ୍ଷକମାନଙ୍କୁ ସୁରକ୍ଷା ଦେବା ଓ ଦୁର୍ନୀତିକୁ ଘଣ୍ଟ ଘୋଡାଇବା ଉଦ୍ଦେଶ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍କୁଲ ଭିତରେ ପଶିବା ମନା କରିବା ଘଟଣାକୁ ବୁଦ୍ଧିଜୀବିମାନେ ନିନ୍ଦା କରିବା ସହ ଆଶ୍ରମ ସ୍କୁଲ ଦୁର୍ନୀତି ବିଭାଗୀୟ ଅଧିକାରୀ ଓ ଶିକ୍ଷକମାନଙ୍କ ଭାଗିଦାରୀରେ ହେଉଛି ବୋଲି ନିଜ ନାମ ଗୋପନ ରଖି ଜଣେ ଜନ ପ୍ରତିନିଧି କହିଛନ୍ତି।
ଏ ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ଅବଗତ କରାଇବାରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ସ୍କୁଲର ସମସ୍ୟା ଓ ଦୁର୍ନୀତିକୁ ପ୍ରଶାସନର ଦୃଷ୍ଟିକୁ ଆଣୁଛନ୍ତି। ତେଣୁ ସେମାନେ ସ୍କୁଲ ଭିତରକୁ ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ା ଅନ୍ୟପକ୍ଷେ ବିଡିଓ ନାୟକ ଏହି ଅଭିଯୋଗର ତଦନ୍ତ କରିବାକୁ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଯଜ୍ଞେଶ୍ୱର ନାୟକଙ୍କୁ ଦାୟିତ୍ୱ ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

ହୋଇ ନ ଥିବା ପ୍ରକଳ୍ପ କାମ ଶୀଘ୍ର ଆରମ୍ଭ କର

ଭବାନୀପାଟଣା,୧୭ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ପଞ୍ଚାୟତିରାଜ ଓ ପାନୀୟ ଜ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ...

୨୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ମରାମତି ଓ ଅନ୍ୟ କାର୍ଯ୍ୟ ପାଇଁ ଗୁରୁବାର ଏବଂ ଶୁକ୍ରବାର ୨ ଦିନ ଧରି ୨୦ରୁ ଊର୍ଦ୍ଧ୍ୱ...

ଅକ୍ଟୋବର ୨୧, ୨୮ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି: କରିବାକୁ ହେବ ଆଗୁଆ ପଞ୍ଜୀକରଣ

ଭୁବେନେଶ୍ୱର,୧୭।୧୦: ଅକ୍ଟୋବର ୨୧ ଏବଂ ୨୮ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୧୮ତାରିଖ ପୂର୍ବାହ୍ନ ୧୧ରୁ ଆଗୁଆ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri