ବିଜେଡିକୁ ଭୟ କ୍ରସ୍‌ ଭୋଟିଂ

ବାହାନଗା, ୮ା୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ଆରମ୍ଭ ହୋଇଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ପ୍ରସ୍ତୁତି। ଆସନ୍ତା ୧୨ ତାରିଖରେ ହେବ ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏହି ନିର୍ବାଚନରେ ବିଜେଡିକୁ କ୍ରସଭୋଟିଂ ଭୟ ଦେଖାଦେଇଛି। ସେଥିପାଇଁ ଘୋଡା ବେପାର ଆରମ୍ଭ ହୋଇଛି। ତେବେ ଶାସକ ଦଳର ଅଧିକ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ ମଧ୍ୟ ବ୍ଲକ ଅଧ୍ୟକ୍ଷ ହେବା ପାଇଁ ଆଶାୟୀମାନଙ୍କର ଲମ୍ବା ତାଲିକା ହେଲାଣି। ଯାହାକି ବିଧାୟକଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି।
ବାହାନଗା ବ୍ଲକର ୨୪ ପଞ୍ଚାୟତ ମଧ୍ୟରୁ ୨୩ପଞ୍ଚାୟତରେ ସମିତିସଭ୍ୟ ନିର୍ବାଚନ ହୋଇଥିଲା ା ୨୩ ସମିତିସଭ୍ୟଙ୍କ ମଧ୍ୟରୁ ବିଜେଡି ସମର୍ଥତ୍ତ ସଭ୍ୟ ହେଲେ ୧୫। ଭାଜପା ସମର୍ଥତ୍ତ ସମିତିସଭ୍ୟ ୮ଜଣ ବିଜୟୀ ହୋଇଛନ୍ତି ା ତେବେ ବ୍ଲକ ଅଧ୍ୟକ୍ଷ ପଦରେ ବସିବାକୁ ହେଲେ ଜଣେ ସଭ୍ୟଙ୍କୁ ୧୨ଜଣଙ୍କ ସମର୍ଥନ ଆବଶ୍ୟକ। ସେହି ଅନୁଯାୟୀ ବିଜେଡି ନିର୍ଦ୍ୱନ୍ଦ୍ୱରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବାରେ ସଫଳ ହେବା କଥା। ଆଶାୟୀମାନଙ୍କୁ ସନ୍ତୁଷ୍ଟ କରାଇପାରିଲେ ଯାଇ ବିଜେଡି ନିର୍ଦ୍ୱନ୍ଦ୍ୱରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ପାରିବ। ବିଜେଡିର ଆଶାୟୀମାନଙ୍କ ମଧ୍ୟରୁ ସର୍ବାଗ୍ରେ ପୂର୍ବତନ ଅଧ୍ୟକ୍ଷ ଇଂ. ଶରତ ଚନ୍ଦ୍ର ରାଜ, ଗୋପାଳପୁର ସମିତିସଭ୍ୟ ଯୋଗେଶ ଚନ୍ଦ୍ର ପତି, ନୂଆପୁର ସମିତିସଭ୍ୟ ଉଦୟ ନାରାୟଣ ମହାପାତ୍ରଙ୍କ ସମେତ ମହିଳା ସମିତିସଭ୍ୟା ରାଶେଶ୍ୱରୀ ମହାପାତ୍ର ପ୍ରମୁଖ ଆଶାୟୀ ଥିବା ଜଣାପଡିଛି। ସେହିପରି ଭାଜପା ଗୋଳିଆପାଣିରୁ ଶେଉଳ ଧରିବା ଲକ୍ଷ୍ୟ ନେଇ ରଣନୀତି ଆରମ୍ଭ କରିଛି। ଭାଜପା ସମର୍ଥତ୍ତ ୮ଜଣ ସମିତିସଭ୍ୟ ଥିଲେ ମଧ୍ୟ ଦଳ ପକ୍ଷରୁ ଜଣଙ୍କୁ ବ୍ଲକ ଅଧ୍ୟକ୍ଷ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିବା ପାଇଁ ନିଷ୍ପତ୍ତି ନେଇଛି ା କଂଗ୍ରେସରୁ ଆସି ବିଜେଡିରେ ମିଶିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶରତ ରାଜଙ୍କ ପାଇଁ ବିଜେଡି ଏବେ ଅଡୁଆରେ ପଡିଛି। ୨୦୧୭ ନିର୍ବାଚନରେ ବିଜେଡିର ୧୧ଜଣ ସମିତିସଭ୍ୟ ଥାଇ ମଧ୍ୟ ଅଧ୍ୟକ୍ଷ କରିପାରି ନ ଥିଲେ। ତେବେ ଭାଜପାର ୩ ଜଣ ସମିତିସଭ୍ୟ ଥାଇ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହାତେଇ ନେଇଥିଲେ। ମ୍ୟାଜିକ ନମ୍ବରଠାରୁ ଅଧିକ ସମିତିସଭ୍ୟ ଥାଇ ମଧ୍ୟ ବିଜେଡିକୁ କ୍ରସଭୋଟିଂ ଭୟ ଘାରିଛି ା ବିଜେଡିର ୪ଜଣ ସମିତି ସଭ୍ୟଙ୍କ ଉପରେ ନଜର। ଦୁଇ ଦୁଇ ଥର ଶରତ ରାଜ ଭାଜପାକୁ ସାହାଯ୍ୟ କରିଥିବାରୁ ସେହି ଅନୁଯାୟୀ ଭାଜପା ଚଳିତ ଅଧ୍ୟକ୍ଷ ନିର୍ବାଚନରେ ୮ ଜଣ ସମିତି ସଭ୍ୟଙ୍କ ସାହାଯ୍ୟରେ କିପରି ଶରତ ରାଜ ବ୍ଲକ ଅଧ୍ୟକ୍ଷ ହେବେ ସେଥିପାଇଁ ଜୋରଦାର ଉଦ୍ୟମ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଶରତ ରାଜଙ୍କୁ ଅଧ୍ୟକ୍ଷ କରିବା ପାଇଁ ବିଜେଡିର କିଛି ସମିତିସଭ୍ୟ ବିରୋଧ କରୁଥିବା ଜାଣି ନିଜେ ଶରତ ରାଜ ବିଜେଡିରୁ ବାହାରି ସ୍ବାଧୀନ ଭାବେ ବ୍ଲକ ଅଧ୍ୟକ୍ଷ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିବେ କିମ୍ବା ଭାଜପାରେ ସାମିଲ ହୋଇ ବିଜେଡିରୁ ୪ ଜଣ ଓ ଭାଜପାର ୮ ସମିତି ସଭ୍ୟଙ୍କ ସମର୍ଥନରେ ଅଧ୍ୟକ୍ଷ ହୋଇପାରନ୍ତି। ଫଳରେ ବିଜେଡିର ୧୫ଜଣ ସଭ୍ୟ ଥାଇ ମଧ୍ୟ ବ୍ଲକ ଅଧ୍ୟକ୍ଷ ହେବାର ଆଶା ମଉଳିଯିବ। ଫଳରେ ସବୁଦଳର ସମିତି ସଭ୍ୟମାନେ ଅଜ୍ଞାତବାସରେ ଅଛନ୍ତି। ଅଜ୍ଞାତବାସରେ ଥିଲେ ମଧ୍ୟ କ୍ରସଭୋଟିଂକୁ ଏଡାଇ ଦେଇ ହେବ ନାହିଁ ା

Share