ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ

ପାଟଣା,୨।୬ (ସ୍ବ.ପ୍ର.)-: କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ରୁ ଏକ ଗୋଠଛଡ଼ା ଦନ୍ତା ପାଟଣା ରେଞ୍ଜ୍‌କୁ ଆସି ଆତଙ୍କ ଖେଳାଇଛି। ଏହି ଦନ୍ତା ହାତୀ ପାଟଣା ରେଞ୍ଜ୍‌ର ବାରିଗାଁ, ଖମୁଆଁ ଓ ରାମଚନ୍ଦ୍ରପୁର ଅଞ୍ଚଳରେ ଘୂରି ବୁଲିବା ପରେ ଗୁରୁବାର ସକାଳୁ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍‌ ଶିଲିପଦା ଜଟିଆ ହୁଡ଼ିରେ ଡେରା ପକାଇଛି। ହାତୀଟି ଶିଲିପଦା ଗାଁ ନିକଟରେ ଘୂରି ବୁଲୁଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପାରାଷ୍ଟାଫ ସହାୟତାରେ ହାତୀର ଗତିବିଧି ଉପରେ ନଜର ରଖିଥିବା ସାହାରପଡା ବନପାଳ ଭୂପତି ସେଠୀ ପ୍ରକାଶ କରିଛନ୍ତି।