ନ୍ୟୁୟର୍କ ସମୁଦ୍ର ତଟରେ ସାର୍କ ଆତଙ୍କ

ନ୍ୟୁୟର୍କ,୯।୭: ନ୍ୟୁୟର୍କ ସମୁଦ୍ର କୂଳରେ ସାର୍କ ଆତଙ୍କ ବୃଦ୍ଧି ପାଇଛି। ଗତ କିଛି ଦିନ ମଧ୍ୟରେ ଲଙ୍ଗ ଦ୍ୱୀପ ଉପକୂଳରେ ସାର୍କ ଆକ୍ରମଣରେ ଅନେକ ଲୋକ ଶିକାର ହୋଇଛନ୍ତି।ସାର୍କ ଆତଙ୍କ ବୃଦ୍ଧି ପାଉଥିବାରୁ ନ୍ୟୁୟର୍କ ସରକାର ସମୁଦ୍ର କୂଳରେ ସାର୍କ ଉପରେ ନଜର ରଖିବା ପାଇଁ ଆଧୁନିକ ଡ୍ରୋନ ବ୍ୟବହାର କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ମଧ୍ୟରେ ସାର୍କ ଆକ୍ରମଣର ୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଏଭଳି ପରିସ୍ଥିତିରେ ସାର୍କଙ୍କୁ ଟ୍ରାକ କରିବା ପାଇଁ ସ୍ବତନ୍ତ୍ର ଡ୍ରୋନ କ୍ୟାମେରା ବ୍ୟବହାର କରାଯାଇଛି।

ଡ୍ରୋନ ଫୁଟେଜ୍‌ରେ ଏପର୍ଯ୍ୟନ୍ତ ସମୁଦ୍ର କୂଳରେ ପ୍ରାୟ ୫୦ଟି ସାର୍କକୁ ଚିହ୍ନଟ କରାଯାଇଛି। ସମୁଦ୍ର କୂଳକୁ ଯାଉଥିବା ଲୋକଙ୍କୁ କୂଳ ନିକଟରେ ରହିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ଲଙ୍ଗ ଦ୍ୱୀପର ଆଞ୍ଚଳିକ ନିର୍ଦ୍ଦେଶକ ଜର୍ଜ ଗୋରମାନ କହିଛନ୍ତି ଯେ, ସନ୍ତରଣକାରୀ ଏବଂ ସମୁଦ୍ରକୂଳ ଯାତ୍ରୀମାନେ ସୁରକ୍ଷିତ ରଖିବା ପାଇଁ ଆମେ ଚେଷ୍ଟା କରୁଛୁ। ସୁଫଫ କାଉଣ୍ଟି ପୋଲିସ କମିଶନର ରୋଡନି ହାରିସନ କହିଛନ୍ତି, ଗତ ବର୍ଷ ଆମର ୬ ଜଣ ସନ୍ତରଣକାରୀଙ୍କୁ ସାର୍କ ଆକ୍ରମଣ କରିଥିଲା।

Share